28.1 C
Bhubaneswar
Thursday, May 2, 2024
Homeଓଡିଶାମାସ୍କ ପିନ୍ଧି ଆସ... କହିବାରୁ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ

ମାସ୍କ ପିନ୍ଧି ଆସ… କହିବାରୁ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଏକ ଅଭାବନୀୟ ଘଟଣା । ମାସ୍କ ପିନ୍ଧି ଆସ…କହିବାରୁ ଡାକ୍ତର ଦେବାଶିଷ ଷଡ଼ଙ୍ଗୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି କିଛି ଅସାଧୁ ଯୁବକ । ସୂଚନା ଅନୁଯାୟୀ,   ଯୁବକମାନେ ଫିଡ୍ସ ମାରୁଥିବା ଜଣେ ଛୋଟଛୁଆକୁ ଚିକିତ୍ସାପାଇଁ ଆଣିିଥିଲେ । ସେହି ସମୟରେ ଡାକ୍ତର ଷଡ଼ଙ୍ଗୀ ଅନ୍ୟ ରୋଗୀ ଦେଖାରେ ବ୍ୟସ୍ତଥିଲେ। ରୋଗୀଙ୍କ ସମ୍ପର୍କୀୟ ଯୁବକମାନେ ବିନା ମାସ୍କରେ ଡାକ୍ତରଖାନା ଆସିଥିବାରୁ ଡାକ୍ତର ଷଡ଼ଙ୍ଗୀ ସେମାନଙ୍କୁ ମାସ୍କ ପିନ୍ଧି ଆସିବାକୁ କହିଥିଲେ। ଏହାକୁ ନେଇ ବଚସା ଘଟିବା ପରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା ।

ଡାକ୍ତରଖାନା ପରିସରରେ ଯୁବକମାନେ ଡାକ୍ତର ଷଡ଼ଙ୍ଗୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଚୌକିରେ ବାଡ଼େଇବାକୁ ପଛେଇ ନଥିଲେ। ଘଟଣାସ୍ଥଳରେ ଟାଙ୍ଗୀ ପୁଲିସର ଏକ ଟିମ୍ ପହଞ୍ଚି ଉତ୍ତ୍ୟକ୍ତ ଯୁବକଙ୍କୁ କାବୁକରି ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସହଯୋଗୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଆକ୍ରମଣରେ କାର୍ଯ୍ୟରତ ଡାକ୍ତର ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କ ମୁଣ୍ଡ, ମୁହଁ ଏବଂ ବେକରେ କ୍ଷତ ଚିହ୍ନ ରହିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ, ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଶାସ୍ତ୍ରୀନଗର ଅଞ୍ଚଳର ନବ ପ୍ରଧାନ ଏବଂ ତାଙ୍କ ପୁତ୍ର ସିଲୁ ପ୍ରଧାନ । ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରିରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking