26.1 C
Bhubaneswar
Saturday, October 19, 2024
Homeଅପରାଧଜାଭିୟର କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା

ଜାଭିୟର କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା

ଯାଜପୁର: ଯାଜପୁର ଜିଲାରେ ବିଭିନ୍ନ କଲେଜ ସ୍କୁଲ ପ୍ରଭୁତି ଶିକ୍ଷା ନୁ ଷ୍ଟାନ ରେ ଛାତ୍ରୀ ମାନଙ୍କ ଆତ୍ମ ହତ୍ୟା ବୃଦ୍ଧି ପାଉଛି l ଆତ୍ମ ହତ୍ୟା କାରଣ ଅସ୍ପଟ ରହି ଯାଇଛି l ପୋଲିସ ର କାରଣ ନ ଖୋଜି କେବଳ.ଅପ ମୃତ୍ୟୁ ମାମଲା ରୁଜୁ କରି ହାତ ବାନ୍ଧି ବସି ରହୁଛି ଏହି ଜିଲ୍ଲା ରେ ଛାତ୍ରୀ ମନେ କାହିଁକି ଆତ୍ମହତ୍ୟା କୁ ଆପଣେଇ ନେଉଛନ୍ତି ତାହା ପ୍ରଶ୍ନ ବାଚୀ ସୃଷ୍ଟି କରୁଛି l ମାସ କ ଭିତରେ ୩ଟି କଲେଜରୁ ଉର୍ଦ୍ଧ କଲେଜରେ କେବଳ ଛତ୍ରୀହଷ୍ଟେଲ ରୁମ ରେ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସୁଛି l ଠିକ୍ ସେଇପରି ଆଜି ଯାଜପୁର ରୋଡ ଥାନା ଅନ୍ତର୍ଗତ ଯୋଡାବର ଗ୍ରାମ ନିକଟ ରେ ଥିବା ଜାଭିୟର କଲେଜରେ ଦିନ ୨ଟା ସମୟରେ ଶୁଣିବାକୁ ମିଳିଛି ଯୁକ୍ତ ୨ ବିଜ୍ଞାନ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା l ଏହି ଆତ୍ମହତ୍ୟା କାହଁକି କଲା ତାହା ସନ୍ଦେହ ଘେର କୁ ଆସୁଛି l

ଯାଜପୁର ରୋଡ଼ ପୋଲିସ l ଛାତ୍ରୀଙ୍କ ଘର ଭଦ୍ରକ ଜିଲ୍ଲାରେ ହୋଇଥିବାବେଳେ ସେ ଯୁକ୍ତ ୨ ବିଜ୍ଞାନ ପଢୁଥିଲେ l ସେ ଦୀର୍ଘ ୨ ବର୍ଷ ହେବ ଏହି କଲେଜର ହଷ୍ଟେଲରେ ରହି ପାଠ ପଢୁଥିଲେ l ଛାତ୍ରୀଙ୍କୁ ଯାଜପୁର ରୋଡ଼ ସ୍ୱାସ୍ଥ୍ୟକେନ୍ଦ୍ରର ଶବ ବ୍ୟବଛେଦ ଗୃହରେ ଭର୍ତି କରାଯାଇଛି lଛାତ୍ରୀ ଜଣଙ୍କ ନାମ ସୁଶ୍ରୀ ନିବେଦିତା ସାହୁ(୧୮) ଯୁକ୍ତ ୨ ନରସିଂ ପଢୁଥିଲେ l ଘର ଭଦ୍ରକ ଜିଲ୍ଲା ର ଧୂଷୁରୀ ଅଞ୍ଚଳରେ ବୋଲି ଯଣା ପଡିଛି । ଘଟଣାରୁ ପ୍ରକାଶ ଯେ ଛାତ୍ରୀ ଜଣଙ୍କ ଗତ ୧୯ ତାରିଖ ରୁ ତାଙ୍କ ବାପାଙ୍କ ସହିତ ଘରକୂ ଯାଇଥିଲେ। ଆଜି ସକାଳ ଦଶ ଘଟିକା ପନ୍ଦର ମିନିଟ୍ ସମୟରେ କଲେଜ ରେ ପହଞ୍ଚି ତାଙ୍କ ହଷ୍ଟେଲ ଇନଚାର୍ଜ ଙ୍କ ଠାରୁ ଚାବି ନେଇ ତାଙ୍କ ରୁମ୍ କୁ ଯାଇଥିଲେ ।

ଡେରିରେ ପହଞ୍ଚି ଥିବାରୁ ଆଉ ସେ କ୍ଲାସ କରିବାକୁ ଯାଇ ନ ଥିଲେ। ଅନ୍ୟ ପିଲାମାନେ ଦିନ ଏକ ଘଟିକା ସମୟରେ କ୍ଲାସ ସାରି ରୁମ ର କବାଟ ବାଡେଇ ବାରୁ ରୁମ୍ କବାଟ ଖୋଲି ନ ଥିଲା। ପିଲାମାନେ ସଙ୍ଗେ ସଙ୍ଗେ ଯାଇ ଏ ବିଷୟ ରେ ସାର୍ ମାନଙ୍କୁ ଯଣାଇଥୀଲେ । ସାର୍ ମାନେ ଆସି କବାଟ ଭାଙ୍ଗି ଦେଖନ୍ତି ତ ଛାତ୍ରୀ ଜଣଙ୍କ ଏକ ଗାମୁଛା ସାହାଯ୍ଯ ରେ ଫ୍ୟାନ ରେ ଝୁଲୂଛି ।ତାଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ରୋଡ ଗୋଷ୍ଟିସ୍ୱାସ୍ଥ କେନ୍ଦ୍ର କୁ ନେଇଯାଇଥିଲେ। ଡାକ୍ତର ତାଙ୍କୁ ଦେଖି ମୃତ ଘୋଷଣା କରିଥିଲେ l ପୋଲିସ ପଂହଁଚି ତଦନ୍ତ ଚଳାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking