28.1 C
Bhubaneswar
Monday, May 4, 2026
Homeଓଡିଶା ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ ନଳିନୀ ରଞ୍ଜନ ଭୂୟାଁ

 ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ ନଳିନୀ ରଞ୍ଜନ ଭୂୟାଁ

ନୟାଗଡ: ନୟାଗଡ ଜିଲ୍ଲା  ବାହାଡାଝୋଲା ଯୁକ୍ତ  ତିନି ମହାବିଦ୍ୟାଳୟର  ଅଧ୍ୟକ୍ଷ ନଳିନୀ  ରଞ୍ଜନ ଭୁୟାଁକୁ ମାଡି ବସିଲା ଭିଜିଲାନ୍ସ ।  ଏରିଅର ଟଙ୍କା କରାଇଦେବାକୁ ଲକ୍ଷେ ଟଙ୍କା ଲାଞ୍ଚ  ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ମହାବିଦ୍ୟାଳୟର ଲାଇବ୍ରେରିଆନ୍ ହୃଷିକେଷ ବେହେରାଙ୍କ ୩ ମାସର ଏରିଅର ଟଙ୍କା କରାଇଦେବାକୁ ନଳିନୀଙ୍କୁ କହିଥିଲେ। ହେଲେ ନଳିନୀ ଏଥିପାଇଁ ହୃଷିକେଷଙ୍କୁ ଲକ୍ଷେ ଟଙ୍କା ମାଗିଥିଲେ। ଏନେଇ ହୃଷିକେଷ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ଭିଜିଲାନ୍ସ ପୂର୍ବ ଯୋଜନା ମୁତାବକ ଛକି ରହିଥିଲା। ଗତକାଲି ସନ୍ଧ୍ୟାରେ ହୃଷିକେଷ ନଳିନୀଙ୍କୁ ଲାଞ୍ଚ ଟଙ୍କା ଦେବାବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା ଓ ତାଙ୍କର ଲାଞ୍ଚ ଟଙ୍କା ଜବତ କରିଥିଲା।  ଏଥିସହ ଭିଜିଲାନ୍ସ ଅଧ୍ୟକ୍ଷଙ୍କ ଘର ଓ କଲେଜ ଅଫିସରେ ଚଢାଉ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking