42.1 C
Bhubaneswar
Saturday, April 27, 2024
Homeଓଡିଶାସ୍ୱତନ୍ତ୍ର କୋଭିଡ ହସପିଟାଲ ଓ ଆନୁସଙ୍ଗିକ ବ୍ୟବସ୍ଥା ଦାବୀ କଲା କେଏସ୍‌ସିସି

ସ୍ୱତନ୍ତ୍ର କୋଭିଡ ହସପିଟାଲ ଓ ଆନୁସଙ୍ଗିକ ବ୍ୟବସ୍ଥା ଦାବୀ କଲା କେଏସ୍‌ସିସି

ବଲାଙ୍ଗିର: ରାଜ୍ୟ ସରକାର କୋଶଳାଂଚଳକୁ କରୋନା ପ୍ରବଣ ଅଂଚଳ ରୂପେ ଘୋଷଣା କରିବା ସହ ତୁରନ୍ତ କରୋନାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଅନ୍ତୁ । ଏହି ଅଂଚଳରେ କରୋନା ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର ହସପିଟାଲ କରିବା ସହ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥାକୁ ମଝବୁତ କରନ୍ତୁ ବୋଲି କୋଶଳ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରିୟ ଅଧକ୍ଷ୍ୟ ପ୍ରମୋଦ ମିଶ୍ର ଦାବି କରିଛନ୍ତି । ସେ କହିଛନ୍ତି ଯେ,ସମ୍ପ୍ରତି ସମଗ୍ର ଦେଶରେ କରୋନା ସଂକ୍ରମଣର ତୃତୀୟ ଲହରୀ ମାଡ଼ି ଚାଲିଛି । ଏହି ଲହରୀରେ କରୋନାର ନୂଆଁ ରୂପ ଅଧିକ ସଂକ୍ରମଣ ଜନିତ ଓ ବିପଦପୂର୍ଣ୍ଣ ଅଟେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଆଜି ଯାଏ ସାରା ଦେଶରେ ପ୍ରାୟ ଅଢ଼େଇ ଲକ୍ଷରରୁ ଉର୍ଦ୍ଧ୍ୱ ଲୋକ କରୋନାର ଦ୍ୱିତୀୟ ଲହରୀରେ ଆକ୍ରାନ୍ତ ହୋଇ ଥିବାର ସୂଚନା ମିଳୁଛି ଏବଂ ଏହା ଚକ୍ରବୃଦ୍ଧି ହାରରେ ବିପଦ ଜନକ ଭାବରେ ବଢ଼ି ଚାଲିଛି । ରାଜନୈତିକ ଓଡ଼ିଶାର କୋଶଳ ଅଂଚଳରେ କରୋନାର ଏହି ନୂଆଁ ରୂପ ଭୟାବହ ଆକାର ଧାରଣ କଲାଣି । ବିଶେଷ କରି ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲା ମାନଙ୍କର ସ୍ଥିତି ଅତିବ ଭୟାବହ । ଘଟଣାର ଗୁରୁତ୍ୱ କୁ ଉପଲବ୍ଧି କରି ରାଜ୍ୟ ସରକାର ୧୦ଟି ଜିଲ୍ଲାରେ ରାତ୍ରି କାଳିନ କ‘ର୍୍ୟୁ ଜାରି କରିବା ସହ ଶନିବାର, ରବିବାର ସର୍ଟଡ଼ାଉନ କରିବାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏତିକିରେ କାମ ଚଳିବ ନାହିଁ । ତେଣୁ କୋଶଳାଞ୍ଚଳର ଏଭଳି ଭୟାବହ ସ୍ଥିତିକୁ ଦେଖି ରାଜ୍ୟ ସରକାର ଏ ଅଂଚଳକୁ କରୋନା ପ୍ରବଣ ଅଂଚଳ ରୂପେ ଘୋଷଣା କରିବା ସହ ତୁରନ୍ତ କରୋନାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଅନ୍ତୁ । କୋଶଳାଞ୍ଚଳର ସବୁ ଜିଲ୍ଲା ତଥା ସବ୍‌ଡ଼ିଭିଜନରେ ସ୍ୱତନ୍ତ କୋଭିଡ଼ ହସ୍ପିଟାଲ ପୁଣି ଥରେ ସ୍ଥାପନ କରିବା ସହ ଅଧିକ ସଂଖ୍ୟକ ଶଯ୍ୟା, ଭେଣ୍ଟିଲେଟର, ଅକ୍‌ସିଜେନ୍‌ସିଲିଣ୍ଡର, ଔଷଧ ଓ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି । ଏହାଛଡ଼ା ଭ୍ରାମ୍ୟମାଣ କରୋନା ପରୀକ୍ଷାଗାର ତଥା ପ୍ରତି ପଞ୍ଚାୟତ ଓ ମ୍ୟୁନ୍‌ସିପାଲଟି ର ପ୍ରତି ୱାର୍ଡ଼ରେ କରୋନା ପରିକ୍ଷା ବ୍ୟବସ୍ଥା କରିବାକୁ ଶ୍ରୀ ମିଶ୍ର ଦାବୀ କରିଛନ୍ତି । କୋଶଳାଞ୍ଚଳରେ କରୋନା ପ୍ରତିଷେଧକ ଟିକାକରଣକୁ ବହୁଗୁଣିତ କରିବା ସହ ସ୍ୱତନ୍ତ୍ର ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ଓ କାର୍ଯ୍ୟାଳୟରେ କର୍ତ୍ତବ୍ୟରତ କର୍ମଚାରୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ସେ ଦାବୀ କରିଛନ୍ତି । ରାଜନୈତିକ ଦୃଷ୍ଟିରୁ କିମ୍ବା ଅସାଧୁ ଉଦେଶ୍ୟ ରଖି କରୋନା ସମୟରେ କାମ ନ କରି କରୋନା ପରିସ୍ଥିତି ଯୋଗୁଁ କାମଧନ୍ଦା ହରାଉ ଥିବା ଗରିବ ଲୋକଙ୍କ ଥଇଥାନ ପାଇଁ ଓ ଆର୍ଥିକ ଅନୁଦାନ ପାଇଁ ମଧ୍ୟ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking