28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଏରୋପ୍ଲେନରେ କେତେ ଲିଟର ତେଲ ପଡିଥାଏ

ଏରୋପ୍ଲେନରେ କେତେ ଲିଟର ତେଲ ପଡିଥାଏ

ନୂଆଦିଲ୍ଲୀ: ଆପଣ କଣ ଜାଣିଛନ୍ତି ଗୋଟିଏ ଏରୋପ୍ଲେନର ମାଇଲେଜ କେତେ ହୋଇଥାଏ । ଗୋଟିଏ ଲିଟର ଫୁଏଲରେ ପ୍ଲେନ କେତେ ଆଗକୁ ବଢିଥାଏ । ଯଦି ଆମେ ଉଦାହରଣ ପାଇଁ ବୋଇଂ ୭୪୭ କୁ ନବା ତେବେ ଏହା ୯୦୦ କିମି ଘଣ୍ଟାପ୍ରତି ବେଗରେ ଆକାଶରେ ଗତି କରିଥାଏ । ଉଡିବା ସମୟରେ ଏହା ପ୍ରତି ଏକ ସେକେଣ୍ଡରେ ୪ ଲିଟର ତେଲ ବ୍ୟବହାର କରିଥାଏ । ଅର୍ଥାତ ୧ କିମି ଯିବା ପାଇଁ ୧୨ ଲିଟର ଫ୍ୟୁଲ ଦରକାର କରିଥାଏ । ଆଉ ଗୋଟିଏ ମିନିଟରେ ୨୪୦ ଲିଟର ଫ୍ୟୁଲ ବ୍ୟବହାର ହୁଏ । ସେହିଭଳି ଗୋଟିଏ ଘଣ୍ଟାରେ ୧୪ ହଜାର ୪ ଶହ ଲିଟର ଫ୍ୟୁଲ ଗୋଟିଏ ଏରୋପ୍ଲେନ ଆବଶ୍ୟକ କରିଥାଏ ଉଡିବା ସମୟରେ । ୧୩ ଘଣ୍ଟାର ଯାତ୍ରା ସଂପୂର୍ଣ୍ଣ କରିବା ପାଇଁ ଗୋଟିଏ ପ୍ଲେନ ୧ ଲକ୍ଷ ୮୭ ହଜାର ୨୦୦ ଲିଟର ବ୍ୟବହାର କରିଥାଏ । ଟ୍ରେନ ମଧ୍ୟ ଗୋଟିଏ କିମି ଯିବା ପାଇଁ ୪ ଲିଟର ତେଲ ଆବଶ୍ୟକ କରେ । ଯାହା ଏକ ପ୍ଲେନ ତୁଳନାରେ ବହୁତ କମ୍ । ଗୋଟିଏ ପ୍ଲେନର ଓଜନ ପ୍ରାୟ ୨ ଲକ୍ଷ କିଗ୍ରୋ ହୋଇଥାଏ । ଗାଡି ଯେମିତି ଚାଲିବା ପାଇଁ ପେଟ୍ରୋଲ ଓ ଡିଜେଲ ଆବଶ୍ୟକ କରିଥାଏ, ସେହିଭଳି ଟ୍ରେନ ରେ ବି ଡିଜେଲ ବ୍ୟବହାର କରାଯାଏ । ମାତ୍ର ଏରୋପ୍ଲେନରେ କଣ ବ୍ୟବହାର ହୁଏ । ତେବେ ଏଠାରେ ଆମେ କହିରଖୁଛୁ, ପ୍ଲେନରେ ପେଟ୍ରୋଲ କି ଡିଜେଲ ପଡେ ନାହିଁ । ଏରୋପ୍ଲେନରେ ସର୍ବଦା ଏଭିଏସନ ଫ୍ୟୁଲ ରହିଥାଏ । ଯେମିତିକି ଅନଲିଡେଡ କିରୋସିନ । ଏହାକୁ ଜେଟ ଏ ୧ ବି କୁହାଯାଏ । ଆଉ ଏକ ଫ୍ୟୁଲ ରହିଥାଏ । ତାହା ହେଲା ନାପଥା କିରୋସିନ ବ୍ଲେଣ୍ଡ । ଯାହାକୁ ଜେଟ ବି ମଧ୍ୟ କୁହାଯାଏ । ଗୋଟିଏ ଲିଟର ଜେଟ ଫ୍ୟୁଲର ଆଭରେଜ କଷ୍ଟ ୪୦-୫୦ ଟଙ୍କା ହୋଇଥାଏ । ଆପଣ ଲକ୍ଷ୍ୟ ରଖିଥିବେ ଯେ, ଏରୋପ୍ଲେନ ଯେତେବେଳେ ତଳେ ଥାଏ, ସେତେବେଳେ ତା ସହିତ ଜିପିୟୁ ଅର୍ଥାତ ଗ୍ରାଉଣ୍ଡ ପାୱାର ୟୁନିଟ ରହିଥାଏ । ଏହାଦ୍ୱାରା ପ୍ଲେନକୁ ପାଓାର ମିଳେ ତଳେ ଗଡିବା ପାଇଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking