30.1 C
Bhubaneswar
Monday, May 18, 2026
Homeଓଡିଶାରାଜଧାନୀରେ ତଳମୁହାଁ ପାରଦ

ରାଜଧାନୀରେ ତଳମୁହାଁ ପାରଦ

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପୁଣି ତଳମୁହାଁ ହେଲା ପାରଦ। ୩ ଦିନରେ ୧.୨ ଡିଗ୍ରୀ ଖସିଛି ପାରଦ। ଆଜି ସକାଳ ୫:୩୦ରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ବ୍ୟତୀତ ରାଜ୍ୟର ଅନେକ ସ୍ଥାନରେ ପାରଦ ସ୍ୱଭାବିକ ଠାରୁ ଆହୁରି କମ୍ ରହିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ସହରରେ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍ ତଳେ ରେକର୍ଡ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସେମିଲିଗୁଡ଼ାରେ ୬.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ କମ୍ ରହିଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱାଭାବିକଠାରୁ ୩ ରୁ ୬ ଡିଗ୍ରୀ କମ୍ ରେକର୍ଡ କରାଯାଇଛି। ଆଗାମୀ ଦୁଇ ଦିନ ମଧ୍ୟରେ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking