33.1 C
Bhubaneswar
Sunday, May 12, 2024
Homeଦେଶ ବିଦେଶଦିଲ୍ଲୀରେ ପୁଣି ବଢ଼ିଲା ସିଏନଜି ଦର

ଦିଲ୍ଲୀରେ ପୁଣି ବଢ଼ିଲା ସିଏନଜି ଦର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ବଢ଼ିଲା ସିଏନଜି । ଦିଲ୍ଲୀ-ଏନସିଆରରେ ସିଏନଜି ଗ୍ୟାସ୍ ମହଙ୍ଗା ହୋଇଛି । ଗତ ୩ ସପ୍ତାହ ମଧ୍ୟରେ ଏହା ଦ୍ବିତୀୟ ଥର ପାଇଁ ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀକୁ ଛାଡ଼ି, ନୋଏଡା, ଗାଜିଆବାଦରେ ମଧ୍ୟ ସିଏନଜି ଦର ବୃଦ୍ଧି ପାଇଛି । ଏବେ ସିଏନଜି କିଲୋ ପ୍ରତି ଗ୍ରାହକଙ୍କୁ ୧ ଟଙ୍କା ଅଧିକ ଦେବାକୁ ପଡ଼ିବ ।

ସିଏନଜିର ଦର ବଢ଼ିବା ପରେ କିଲୋ ପ୍ରତି ନୂଆ ମୂଲ୍ୟ ୭୬.୫୯ ଟଙ୍କା ହୋଇଛି । ସେହିପରି ନୋଏଡ଼ାବାସୀଙ୍କୁ କିଲୋଗ୍ରାମ ପ୍ରତି ୮୨.୨୦ ଟଙ୍କା ଦେବାକୁ ପଡ଼ିବ । ଗାଜିଆବାଦରେ ୮୦.୨୦ ଟଙ୍କା ଏବଂ ଗ୍ରେଟର ନୋଏଡ଼ାରେ ୮୧.୨୦ ଟଙ୍କା ଦେବାକୁ ପଡ଼ିବ ।

୨୦ ଦିନ ଭିତରେ ଦିଲ୍ଲୀରେ ସିଏନଜି ଗ୍ୟାସ ଦର ବୃଦ୍ଧି ପାଇଛି । ପୂର୍ବରୁ ୨୩ ନଭେମ୍ବରରେ  ଦିଲ୍ଲା-ଏନସିଆରରେ ସିଏନଜି ଦାମ୍ ବଢ଼ିଥିଲା ।  ସୂଚନା ଅନୁଯାୟୀ, ସିଏନଜିର ନୂଆ ରେଟ୍ ଡିସେମ୍ବର ୧୪ ତାରିଖ ୨୦୨୩ରୁ ଲାଗୁ ହେବ । ସିଏନଜି ବଢ଼ିବା ପରେ ଏହାର ପ୍ରଭାବ ପରିବହନ ସେବା ଉପରେ ପଡ଼ିଛି । ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇବ।

ନଭେମ୍ବର ୨୩ ତାରିଖରେ  ରାଜଧାନୀ ଦିଲ୍ଲୀରେ  ସିଏନଜି ମୂଲ୍ୟ ଥିଲା ୭୫.୫୯ ଟଙ୍କା ନୋଏଡ଼ାରେ ଏହି ରେଟ୍ ୮୦.୨୦ଟଙ୍କା ଥିଲା । ଆଜିଠାରୁ ଦର ବୃଦ୍ଧି ପରେ ଏଣିକି ନୂଆ ମୂଲ୍ୟରେ ସିଏନଜି ମିଳିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking