29.3 C
Bhubaneswar
Tuesday, May 20, 2025
Homeଓଡିଶାହକି ବିଶ୍ୱକପ୍ ସେଲିବ୍ରେସନ ନାଁରେ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ; ଅଭିଯୋଗ ଆଣିଲା ବିଜେପି

ହକି ବିଶ୍ୱକପ୍ ସେଲିବ୍ରେସନ ନାଁରେ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ; ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର: ଆଜି ହକି ବିଶ୍ୱକପ-୨୦୨୩ର ଉଦଘାଟନୀ ଉତ୍ସବ ପାଇଁ ଚଳଚଞ୍ଚଳ ହୋଇ ଉଠିଛି କଟକରୁ ଭୁବନେଶ୍ୱର । ସବୁଠି ଲାଗିଛି କ୍ରୀଡାପ୍ରେମୀଙ୍କ ଗହଳି ଆଉ ବିଶ୍ୱକପର ସେଲିବ୍ରେସନ । କିନ୍ତୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଆସିଛି ଅଭିଯୋଗ । ହକି ବିଶ୍ୱକପ ନାଁରେ ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ବାବୁ । ସେଲିବ୍ରେସନ ଆଳରେ ନିଜ ଏବଂ ଦଳର ପଚାର କରାଯାଉଛି ବୋଲି ଆସିଛି ସଙ୍ଗୀନ ଅଭିଯୋଗ । ଏ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ ଆଣିଛନ୍ତି ।

ଏକ ପ୍ରେସମିଟ ଜରିଆରେ ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ଏହି ଅଭିଯୋଗ ଆଣିଛନ୍ତି । ରାଜ୍ୟବାସୀଙ୍କ ଆଖିରେ ମଳିନ ପଡିଯାଇଥିବା ନବୀନ ପଟ୍ଟନାୟକଙ୍କ ଛବି ଉପରେ ପରଦା ଢାଙ୍କିବା ପାଇଁ ଉଦ୍ୟମ କରାଯାଉଛି । ହକି ବିଶ୍ୱକପର ଏହି ସେଲିବ୍ରେସନ ହିଁ ନବୀନଙ୍କ ଉଦ୍ୟମର ଏକ ଅଂଶ ବୋଲି କହିଛନ୍ତି ପୃଥ୍ୱୀରାଜ । ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଇତ୍ୟାଦିକୁ ଘଣ୍ଟ ଘୋଡାଇବା ପାଇଁ ଗ୍ରାମସଭା ଡକାଯାଉଥିବା ସେ ପ୍ରକାଶ କରିଛନ୍ତି । ପ୍ରତି ପଞ୍ଚାୟତରେ ହକି ଖେଳ ପ୍ରଦର୍ଶନ ପାଇଁ ଗ୍ରାମସଭାରେ ବ୍ୟବସ୍ଥା କରାଯାଉଛି ।

ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବଡ କରି ଦେଖାଇବାକୁ ମଧ୍ୟ ଦିଆଯାଇଛି । ପ୍ରତି ପଞ୍ଚାୟତ ପାଇଁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପୃଥ୍ୱୀରାଜ ଅଭିଯୋଗ କରିଛନ୍ତି । ସେପଟେ ଜାନୁୟାରୀ ୨୬ ତାରିଖରେ ଗ୍ରାମସଭା ବସିବା କଥା, ଏହା ଏବେ କାହିଁକି କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ପୃଥ୍ୱୀରାଜ । ତାଙ୍କର ଏହି ଅଭିଯୋଗରେ ମନରେଗା ଯୋଜନା, ଭତ୍ତା ଟଙ୍କା ସହିତ ପ୍ରଧାନମନ୍ତ୍ରୀ ଆବାସକୁ ନେଇ ମଧ୍ୟ ବର୍ଷିଥିବା ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking