29.1 C
Bhubaneswar
Wednesday, March 19, 2025
Homeଓଡିଶାମୁହଁ ଖୋଲିଲେ ଦେବଗଡ ବିଧାୟକ; ବିଜେଡି ଆରୋପ ପରେ ସୁବାସ ପାଣିଗ୍ରାହୀଙ୍କ ଉତ୍ତର

ମୁହଁ ଖୋଲିଲେ ଦେବଗଡ ବିଧାୟକ; ବିଜେଡି ଆରୋପ ପରେ ସୁବାସ ପାଣିଗ୍ରାହୀଙ୍କ ଉତ୍ତର

ଦେବଗଡ: ବିଜେଡି ଆରୋପ ଲଗାଇବା ପରେ ସାମନାକୁ ଆସି ଉତ୍ତର ରଖିଛନ୍ତି ଦେବଗଡର ବିଧାୟକ ସୁବାସ ପାଣିଗ୍ରାହୀ । ଭଙ୍ଗାରାଜାରେ ତାଙ୍କର ହାତ ନାହିଁ ବୋଲି ସେ ଯୁକ୍ତି ବାଢିଛନ୍ତି । ଟାଉନ ହଲ ପାଚେରୀକୁ ଲୋକମାନେ ଭଙ୍ଗାଭଙ୍ଗି କରିଛନ୍ତି ଏବଂ ଏହି ଘଟଣାକୁ କୌଣସି ମହିଳା ବିରୋଧ ମଧ୍ୟ କରି ନଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।

ତେବେ ଏହି ଭଙ୍ଗାରୁଜା ସମୟରେ ସେହି ବାଟ ଦେଇ ଯାଉଥିବା କହିଛନ୍ତି ଦେବଗଡ ବିଧାୟକ ଶ୍ରୀ ପାଣିଗ୍ରାହୀ । ତେବେ ଏହି ପାଚେରୀ ଲୋକମାନେ ଭାଙ୍ଗିଛନ୍ତି ମୁଁ ଭାଙ୍ଗିନି ବୋଲି ସେ ଦୃଢତାର ସହ କହିଛନ୍ତି । ଏହାବ୍ୟତୀତ ସେ ବିଜେଡି ଉପରେ ଦାଦାଗିରି କରୁଥିବା ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଯେ, ବିଜେଡି ଯେପରି ଦାଦାଗିରି କରୁଛି ଜନପ୍ରତିନିଧି କାମ କରିପାରିବେନି । ଦେବଗଡ ପୌର ପରିଷଦରେ ବିନା ରିଜଲ୍ୟୁସରେ ସବୁ କାମ ଚାଲିଛି ବୋଲି କହିଛନ୍ତି ସୁବାସ ପାଣିଗ୍ରାହୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking