ବ୍ୟୁରୋ : :ଆଜାଦୀକା ଅମୃତ ମହୋତ୍ସବ ଏବଂ ସ୍ୱଚ୍ଛ ସର୍ଭେକ୍ଷଣ ଅଭିଯାନ ରେ ବିଶାଖାପାଟନାମ ମୁନିସପାଲିଟି କର୍ପୋରେସନ (ଜିଭିଏମସି)ଦ୍ୱାରା କପଡା ରେ ତିଆରି ବ୍ୟାଗ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯାଇଥିଲା । ସହରର ସ୍କୁଲ ପିଲାଙ୍କ ପାଇଁ ନାଗରିକ ସଂସ୍ଥା ଦ୍ୱାରା କପଡା ବ୍ୟାଗ ଚ୍ୟାଲେଞ୍ଜ ଆରମ୍ଭ କରାଯାଇଥିଲା । ଜିଭିଏମସିର ଅଧିକାରୀ ଏନେଇ ଛାତ୍ର ମାନଙ୍କୁ ଅବ୍ୟବହୃତ ପୋଷାକ, ବେଡିସିଟ, ତକିଆ କଭର, ଟି-ସାର୍ଟକୁ ବ୍ୟବହାର କରି କପଡା ବ୍ୟାଗ ପ୍ରସ୍ତୁତ କରିବା ପାଇଁ କହିଛନ୍ତି । ଗତ ଏକ ସପ୍ତାହ ରୁ ବହୁ ବିଦ୍ୟାଳୟର ଅନେକ ପିଲା ଏହି ଚ୍ୟାଲେଂଜ ରେ ଭାଗ ନେଇଛନ୍ତି । ସହରରେ ପ୍ରାୟ ୨୫,୦୦୦ ସ୍କୁଲ ଷ୍ଟୁଡେଣ୍ଡ ରହିଛନ୍ତି । ଯଦି ଏବେ ଠାରୁ ସ୍କୁଲ ପିଲାମାନଙ୍କୁ ପ୍ଲାଷ୍ଟିକ ବିରୁଦ୍ଧରେ ଲଢେଇ କରିବା ଶିଖାଇବା ତେବେ ଆଗକୁ ନିହାତି ପ୍ଲାଷ୍ଟିକ ମୁକ୍ତ ଭାରତ ର ସ୍ୱପ୍ନ କୁ ପୁରା କରିହେବ । ଜିଭିଏମସି ର ବହୁ ସଂଖ୍ୟକ ଛାତ୍ର ପିତାମାତାଙ୍କ ସାହାର୍ଯ୍ୟରେ ବର୍ଜ୍ୟବସ୍ତୁ କୁ ବ୍ୟବହାର କରି କପଡା ବ୍ୟାଗ ପ୍ରସ୍ତୁତ କରୁଛନ୍ତି । ସର୍ବୋତ୍ତମ ପ୍ରସ୍ତୁତ କପଡା ବ୍ୟାଗ ଏବଂ ଅଂଶ ଗ୍ରହଣ ଭଳି ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯିବ ବୋଲି କହିଛନ୍ତି କମିଶନର ଜି ଲକ୍ଷ୍ମୀଶା । ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଜିଭିଏମସିର ଅଧିକାରୀ ମାନେ ରେସିଡେଣ୍ଟୱେଲଫେୟାର ଆସୋସିଏସନ, ଏନଜିଓର ସାହାଯ୍ୟ ଲୋଡିଛନ୍ତି । ଦୋକାନୀ ଏବଂ ବ୍ୟବସାୟୀ ମାନଙ୍କୁ ପ୍ଲାଷ୍ଟିକ ସ୍ଥାନରେ ବିକଳ୍ପ ଜିନିଷ ର ବ୍ୟବହାର କରିବାକୁ ଦୁଇ ମାସର ସମୟ ଦେଇଛି । ଏହା ପରେନିଗମ ପ୍ଲାଷ୍ଟିକ ନିଷେଧାଦେଶ ଲାଗୁ କରିବ ।