33.1 C
Bhubaneswar
Sunday, April 28, 2024
Homeଅପରାଧକିିରାଣୀଙ୍କ କେଳେଙ୍କାରୀ : କୋଟି କୋଟି ଟଙ୍କାର ଦୁର୍ନିତୀ  

କିିରାଣୀଙ୍କ କେଳେଙ୍କାରୀ : କୋଟି କୋଟି ଟଙ୍କାର ଦୁର୍ନିତୀ  

ବଲାଙ୍ଗୀର, – ବଲାଙ୍ଗୀର ଜିଲ୍ଲା ଶିଧାଧିକାରୀଙ୍କ ଅଧିନରେ ଥିବା ବଲାଙ୍ଗୀର ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ପ୍ରମୋଦ ରଥ କିରାଣୀ ଭାବେ ଅବସ୍ଥାପିତ ଅଛନ୍ତି । ତେବେ ସେ ବର୍ଷବର୍ଷ ଧରି କରି ଆସୁଥିବା କେଳେଙ୍କାରୀର ଇତି ମଧ୍ୟରେ ପର୍ଦ୍ଦାଫାସ ହୋଇଛି । କାଗଜ ପତ୍ର ଜାଲିଆତି କରି ମହାଶୟ କୋଟିକୋଟି ଟଙ୍କା ସରକାରୀ ତହବିଲରୁ ହଡପ କରିଛନ୍ତି । ଏଭଳି ଏକ ଘଟଣା ପଦାକୁ ଆସିବା ପରେ ରାଜ୍ୟ ସରକାରଙ୍କ ମଧ୍ୟ ଚେତା ପଶିଛି । ୬ ବର୍ଷରୁ ଅଧିକ ସମୟ ଧରି ବ୍ଳକ ଶିକ୍ଷା କାର୍ଯ୍ୟାଳୟ ତଥା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅବସ୍ଥାପତି ଥିବା କିରାଣୀମାନଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ବିଇଓ କାର୍ଯ୍ୟାଳୟରେ ପ୍ରମୋଦ ରଥଙ୍କ ଦୁର୍ନିତୀ ପଦାକୁ ଆସିବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି ।
ସୂଚନାଯୋଗ୍ୟ ଯେ , ପ୍ରମୋଦଙ୍କ ବାପା କେଶବ ଚନ୍ଦ୍ର ରଥ ଶିକ୍ଷା ବିଭାଗରେ କାମ କରୁଥିଲେ । ୧୯୯୨ ମସିହାରେ ସେ ସ୍ୱେଚ୍ଛାକୃତ ଅବସର ନେବା ପରେ ତତ୍କାଳୀନ ସମୟରେ ଥିବା ନିୟମ ଅନୁଯାୟୀ ପ୍ରମୋଦଙ୍କୁ ବାପାଙ୍କ ଚାକିରୀ ମିଳିଥିଲା । କେଶବ ଅବସର ନେଲା ପରେ ନିୟମିତ ଭାବେ ପେନସନ ପାଇ ଆସୁଛନ୍ତି । ତେବେ ୨୦୧୩ ମସିହାରେ ପୁଣିଥରେ କାଗଜ ପତ୍ରରେ କେଶବ ଅବସର ନେଇଥିବା ଦେଖା ଯାଇଛି । ଏ ସମ୍ପର୍କିତ ଏକ ଜାଲିଆତି ଫାଇଲ ପ୍ରମୋଦ ପ୍ରସ୍ତୁତ କରିଥିଲେ । ତା ପରେ ମେ ୧୭ରେ କେଶବଙ୍କ ଏସବିଆଇ ଆକାଉଣ୍ଟରେ ୟୁଏଲଏସ ବାବଦକୁ ୪ ଲକ୍ଷ ୩୯ ହଜାର ୫୬୦ ଟଙ୍କା , ଗ୍ରାଚ୍ୟୁଇଟି ବାବଦକୁ ୬ ଲକ୍ଷ ୫୨ ହଜାର ଟଙ୍କା ଓ ପ୍ରୋଭିଜନାଲ ବାବଦକୁ ୧୬ ଲକ୍ଷ ୫୮ ହଜାର ୭୪୪ ଟଙ୍କା ଜମା କରାଯାଇଛି । ଅବସର ନେଇଥିବା ଅନ୍ୟାନ୍ୟ ଶିକ୍ଷକମାନଙ୍କ ନାରେ ବ୍ୟାପକ ପରିମାଣରେ ଜାଲ କାଗଜପତ୍ର ତିଆରି କରି ପ୍ରମୋଦ ଲକ୍ଷାଧିକ ଟଙ୍କା ଚଞ୍ଚକତା କରିଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ବିଇଓଙ୍କ ସୂଚନା ଅନୁଯାୟୀ , ପ୍ରମୋଦ ତାଙ୍କ ସ୍ତ୍ରୀଙ୍କ ନାରେ ମଧ୍ୟ ଜାଲ କାଗଜପତ୍ର କରି ଟଙ୍କା ହଡପ କରିଛନ୍ତି । ସ୍ତ୍ରୀ ଝରଣାଙ୍କୁ କୌଣସି ଏକ ଶିକ୍ଷକଙ୍କ ଉତ୍ତରାଧିକାରୀ ଦେଖାଇ ଏସବିଆଇ ଆକାଉଣ୍ଟରେ ୩ ଅଗଷ୍ଟ ୨୦୧୮ରେ ୪ ଲକ୍ଷ ୩୯ ହଜାର , ୧୮ ଅଗଷ୍ଟ ୨୦୧୮ରେ ୫ ଲକ୍ଷ ୨୬ ହଜାର ଓ ୪ ଲକ୍ଷ ଟଙ୍କା ହାତେଇଛନ୍ତି । ନିରୋଜ ବହିଦାର ନାମକ ଜଣେ ବ୍ୟକ୍ତି ଝରଣାଙ୍କ ଆକାଉଣ୍ଟରେ ଲକ୍ଷଲକ୍ଷ ଟଙ୍କାର ୩ ଟି ଚେକ ଜମା କରିଛନ୍ତି । ବର୍ତ୍ତମାନ ଭିଜିଲାନ୍ସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନେକ ଅବସରପ୍ରାପ୍ତ ଶିକ୍ଷକଙ୍କ ନାରେ ଜାଲ କାଗଜପତ୍ର କରି କୋଟିକୋଟି ଟଙ୍କା ପ୍ରମୋଦ ହଡପ କରିଛନ୍ତି ବୋଲି ଭିଜିଲାନ୍ସ ତରଫରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking