କେନ୍ଦୁଝର: ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର କିରାଣୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଂଶପାଳ ବ୍ଲକ ଶିକ୍ଷାଧିକାରୀ କାର୍ୟ୍ୟାଳୟର ବରିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆଜି ସକାଳୁ ଭିଜିଲାନ୍ସ ବିଭାଗ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ ଜାରି ରଖିଛି । ଏହାସହ ତାଙ୍କ ଅଫିସ, ନିଜ ଗାଁ ଘର ସମେତ ଏକକାଳୀନ ପାଞ୍ଚଟି ଜାଗାରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି ।
ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ତତ୍ୱାବଧାନରେ ୩ ଜଣ ଡ଼ିଏସପି, ୭ ଜଣ ଇନ୍ସପେକ୍ଟର, ୯ ଜଣ କନେଷ୍ଟବଳ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ତେବେ ଭିଜିଲାନ୍ସ ବିଭାଗ ଦୁର୍ନୀତି ନିବାରଣ ସପ୍ତାହ ପାଳିବାକୁ ଯାଉଛି । ଏହି ସପ୍ତାହ ପାଳନ ପୂର୍ବରୁ ଦିନକୁ ଦିନ ଜଣେ ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡୁଛନ୍ତି ।