32.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗ୧୯-୨୦ର ସବୁ ନବମ ପିଲା ଦେବେ ମାଟ୍ରିକ ପରୀକ୍ଷା

୧୯-୨୦ର ସବୁ ନବମ ପିଲା ଦେବେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ୨୦୧୯-୨୦ର ସମସ୍ତ ନବମ ଶ୍ରେଣୀ ପିଲା ଦେଇପାରିବେ ମାଟ୍ରିକ ପରୀକ୍ଷା । ସମସ୍ତ ପିଲା ମାଟ୍ରିକ ପରୀକ୍ଷା ଦେଇପାରିବା ନେଇ ସରକାର ଆଜି ଘୋଷଣା କରିଛନ୍ତି । ସୂଚନା ମୁତାବକ, ୨୦୨୧ ମେ ମାସରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ଦେଇପାରିବେ । ଏହା ସବୁ ଓଡିଆ ମାଧ୍ୟମ ପିଲାଙ୍କ ପାଇଁ ପ୍ରଯୁଜ୍ୟ ବୋଲି ସରକାର କହିଛନ୍ତି । ଏଠାରେ କହିରଖୁଛୁ, କୋଭିଡ ପାଇଁ ୨୦୨୦ ମାର୍ଚ୍ଚରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଦୀର୍ଘ ମାସ ଧରି ସ୍କୁଲ ବନ୍ଦ ଥିବାରୁ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ହୋଇପାରିନଥିଲା । ୨୦୧୯-୨୦ରେ ଏକାଦଶ ପଢୁଥିବା ସବୁ ପିଲା ଦେଇପାରିବେ ଯୁକ୍ତ ଦୁଇ ପରୀକ୍ଷା । ଗତକାଲି ମାଟ୍ରିକ ପରୀକ୍ଷା ନେଇ ସୂଚୀ ଘୋଷଣା ମଧ୍ୟ ହୋଇଥିଲା । ମେ’ ୩ରୁ ୧୫ ତାରିଖ ଯାଏଁ ପରୀକ୍ଷା ଚାଲିବ।  ପ୍ରଥମ ଦିନ ଅର୍ଥାତ ମେ ୩ ତାରିଖରେ ରହିଛି ମାତୃଭାଷା ଓଡ଼ିଆ। ମେ ୫ରେ ଇଂଲିଶ ଏବଂ ୭ ତାରିଖରେ ହେବ ହିନ୍ଦୀ ପରୀକ୍ଷା। ସେହିପରି ମେ ୮ ତାରିଖରେ ସଂସ୍କୃତ ଏବଂ ୧୦ରେ ଗଣିତ ପରୀକ୍ଷା ହେବ। ୧୨ରେ ବିଜ୍ଞାନ ଓ ୧୫ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ବୋଲି ସୂଚୀ ପ୍ରକାଶ ପାଇଛି। ଦୈନିକ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟା ଯାଏଁ ଚାଲିବ। କିନ୍ତୁ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ଦିଆଯିବ। ଏଥର ମଧ୍ୟ OMRରେ ଅବ୍‌ଜେକ୍ଟିଭ ଏବଂ ବୁକ୍‌ଲେଟରେ ସବ୍‌ଜେକ୍ଟିଭ ଉତ୍ତର ଲେଖିବେ ଛାତ୍ରଛାତ୍ରୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking