34.1 C
Bhubaneswar
Saturday, May 18, 2024
Homeବ୍ରେକୀଙ୍ଗବଲାଙ୍ଗିର ପୋଲିସ ର ବଡ ସଫଳତା : ଖପ୍ରାଖୋଲ ଡକାୟତି ଘଟଣାରେ ୧୫ ଗିରଫ

ବଲାଙ୍ଗିର ପୋଲିସ ର ବଡ ସଫଳତା : ଖପ୍ରାଖୋଲ ଡକାୟତି ଘଟଣାରେ ୧୫ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଜାନୁଆରି ୨୩ ତାରିଖରେ ଖପ୍ରାଖୋଲ ଅନ୍ତର୍ଗତ ଶାନ୍ତିପୁର ଠାରେ ହୋଇଥିବା ଡକାୟତି ଘଟଣାରେ ବଲାଙ୍ଗିର ପୋଲିସକୁ ବଡ ସଫଳତା ମିଳିଛି । ଶାନ୍ତିପୁର ଡକାୟତି ଘଟଣାର ଛାନ ଭିନ କରୁ କରୁ ପୋଲିସ ହାତରେ ଏକ ଆନ୍ତଃ ଜିଲ୍ଲା ଡକାୟତି ର‌୍ୟାକେଟ ଧରା ପଡିଛି । ପ୍ରଥମେ ୬ ଫେବୃଆରିରେ ପୋଲିସ ଉକ୍ତ ଘଟଣାରେ ଅଭିଯୁକ୍ତ ୭ ଜଣଙ୍କୁ ଗିରଫ କରିବା ପରେ ଫେବୃଆରି ୭ ଓ ୯ ତାରିଖରେ ଆଉ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରଛି । ଏହା ସହ ଗୋଟିଏ ଦେଶି ବନ୍ଧୁକ, ଦୁଇଟି ଭୁଜାଲି, ଗୋଟିଏ ଖୁକୁରି, ଗୋଟିଏ ଲୁହା ରଡ, ୨ଟି ଟର୍ଚ୍ଚ ଲାଇଟ, ମାସ୍କ, ଗ୍ଲୋଭ, ଟେପ, ବାରୁଦ, ୧୫ ଗୋଟି ମୋବାଇଲ ସହ ଘଟନାରେ ବ୍ୟବହୃତ ଇନୋଭା କାର, ବୋଲେରୋ ଓ ସ୍ୱିଫ୍ଟ ଡିଜାଆର କାର ଜବତ କରିଛି । ଘଟଣାର ମୂଖ୍ୟ ଅଭିଯୁକ୍ତମାନେ ନୟାଗଡ ର ବୋଲି ଜଣା ପଡିଥିବା ବେଳେ , କିଛି ସ୍ଥାନୀୟ ଯୁବକଙ୍କୁ ସାମିଲ କରି ବିଭୀନ୍ନ ଘଟଣା ଘଟାଉଥିଲେ । ସୂଚନାରୁ ପ୍ରକାଶ ଯେ, ଗିରଫ ଅଭିଯୁକ୍ତମାନେ ଏହି ଘଟଣା ସମେତ ଚାରମାଲ ୩୨/୧୮, ଦେଓଗାଁ ୧୯/୨୦, ବିରମାହାରାଜ ପୁର ୭୬/୧୭, ଓଡୋଗାଁ ୬୨/୧୭, ଟାଙ୍ଗି ୨୭୪/୧୮, ତୁଷୁରା ୨୧୪/୧୭, ଚନ୍ଦାପୁର ୧୨୫/୧୮, ପାଥେଗଡ ୬୫/୨୦ ବେଗୁନିଆ ୩/୧୪ ଓ ପୁରଣା କଟକ ୧୫୦/୨୦ ଭଳି କେସରେ ସଂଶ୍ଲିଷ୍ଟ ଥିବା ପୋଲିସ କହିଛି । ଏହି ଘଟଣାର ତଦନ୍ତ କରିବା ପାଇଁ ସ୍ୱତନ୍ତ୍ର ୫ଟି ଦଳ ଗଠନ କରାଯାଇଥିଲା । ଦଳରେ ସଦର ଓ ପାଟଣାଗଡ ଏସଡିପିଓ ଙ୍କ ନେତୃତ୍ୱରେ ଖପ୍ରାଖୋଲ, ପାଟଣାଗଡ ଓ ବଲାଙ୍ଗିର ସଦର ଆଇଆଇସି ତଦନ୍ତରେ ଦିନ ରାତି ପରିଶ୍ରମ କରିଥିଲେ । ଏହା ତାଙ୍କରି ଅଥକ ପରିଶ୍ରମର ଫଳ ବୋଲି ଆଜି ସ୍ଥାନୀୟ ପୋଲିସ ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତୀନ କୁଶଲକର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking