ପୁରୀ : ପୁରୀ ଜିଲ୍ଲା ଦିବ୍ୟାଙ୍ଗ ମହାସଙ୍ଗ ପକ୍ଷରୁ ରଥଯାତ୍ରା ସମୟରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନଙ୍କୁ ହୁଇଲ ଚେୟାର୍ ପ୍ରଦାନ କରିବାକୁ ଦାବି କରିଛନ୍ତି । ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ଏନେଇ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ଉପପ୍ରଶାସକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ବିଗତ ବର୍ଷ ରଥଯାତ୍ରା ସମୟରେ ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ରଥଯାତ୍ରା ଦେଖିବା ପାଇଁ ସୁବନ୍ଦୋବସ୍ତ କରାଯିବ ସହ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ନିମନ୍ତେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ହୁଇଲ ଚେୟାରରେ ଶ୍ରୀଜୀଉ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ପାଇଁ ଅନୁରୋଧ କରିଛନ୍ତି l
ଗତବର୍ଷ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ସମସ୍ତଙ୍କ ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଯେଉଁ ଷ୍ଟଲଠାରୁ ଭିନ୍ନକ୍ଷମମାନଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା ସେଠି ପହଞ୍ଚିବାକୁ କଷ୍ଟକର ହୋଇପଡ଼ୁଥିଲା l କାରଣ ପୁଲିସ ଅଧିକାରୀମାନେ ସେ ପର୍ଯ୍ୟନ୍ତ ପହଞ୍ଚିବାକୁ ଦେଉ ନ ଥିଲେ l ସେହିପରି ଷ୍ଟଲରେ ଭିନ୍ନକ୍ଷମମାନେ ପ୍ରତୀକ୍ଷା କରିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇ ନଥିଲା । ଯାହା ଫଳରେ ପ୍ରବଳ ଖରା ଓ ବର୍ଷାରେ ହଇରାଣ ହେବାକୁ ପଡ଼ିଥାଏ l ତେଣୁ ଏହି ସବୁକୁ ଦୁଷ୍ଟିରେ ରଖି ୨୦୨୩ରେ ରଥଯାତ୍ରାରେ ସବୁ ସହାୟତାରେ ସୁଗମ ଦର୍ଶନ କରିବେ ବୋଲି ମହାସଙ୍ଗର ସାଧାରଣ ସମ୍ପାଦକ ଗଜଲକ୍ଷ୍ମୀ ରାୟ ଦାବି କରିଛନ୍ତି ।