28.1 C
Bhubaneswar
Sunday, May 25, 2025
Homeଦେଶ ବିଦେଶଇନ୍ଦିରା ଓ ସୋନିଆଙ୍କ ଗୁଣ ରହିଥିବା କନ୍ୟା ପସନ୍ଦ: ବିବାହ ପ୍ରସଙ୍ଗରେ ରାହୁଲଙ୍କ ମନ୍ତବ୍ୟ

ଇନ୍ଦିରା ଓ ସୋନିଆଙ୍କ ଗୁଣ ରହିଥିବା କନ୍ୟା ପସନ୍ଦ: ବିବାହ ପ୍ରସଙ୍ଗରେ ରାହୁଲଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହଲ ଗାନ୍ଧୀଙ୍କୁ ୫୨ ବର୍ଷ ବୟସ ହୋଇସାରିଥିଲେ ସୁଦ୍ଧା ସେ ଏପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି । ନିକଟରେ ‘ଭାରତ ଯୋଡ ଯାତ୍ରା’ର ନେତୃତ୍ୱ ନେଉଥିବାବେଳେ ଗୋଟିଏ ୟୁଟ୍ୟୁବ୍ ଚ୍ୟାନେଲ ପକ୍ଷରୁ ରାହୁଲଙ୍କୁ ବିବାହ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ଜବାବରେ ରାହୁଲ କହିଥିଲେ ଯେ ବିବାହ କରିବାକୁ ସେ ରାଜି ଅଛନ୍ତି । ତେବେ ଯେଉଁ କନ୍ୟା ତାଙ୍କ ଜେଜେମା ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଓ ମାଆ ସୋନିଆ ଗାନ୍ଧୀଙ୍କ ଗୁଣରେ ପରିପୂର୍ଣ୍ଣା ହୋଇଥିବେ, ସେଭଳି କନ୍ୟାଙ୍କୁ ବିବାହ କରିବେ ବୋଲି ରାହୁଲ କହିଛନ୍ତି । ଜେଜେମାଙ୍କୁ ଜୀବନରେ ସବୁଠାରୁ ଅଧିକ ଭଲ ପାଉଥିବା ଏବଂ ତାଙ୍କୁ ନିଜର ଦ୍ୱିତୀୟ ମାଆ ବୋଲି ବିବେଚନା କରୁଥିବା ରାହୁଲ କହିଛନ୍ତି । ଜୀବନରେ ବାଇକ୍ ଓ କାର୍ ପ୍ରତି ବିଶେଷ ରୁଚି ରଖୁନଥିବା ରାହୁଲ କହିଛନ୍ତି । ବାଇକ୍‌କୁ ପସନ୍ଦ କରୁନଥିଲେ ସୁଦ୍ଧା ବାଇକ୍ ଚଳାଇବାକୁ ଆଗ୍ରହ ରହିଥିବା ସେ କହିଛନ୍ତି । ସେ ପୂର୍ବରୁ ଇ-ସ୍କୁଟର ଚଳାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଇ-ବାଇକ୍ ଚଳାଇନଥିବା ସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking