21.1 C
Bhubaneswar
Monday, November 18, 2024
Homeଦେଶ ବିଦେଶସାବଧାନ : କରୋନାର ବୁଷ୍ଟର ଡୋଜ୍ ନା’ରେ ଠକୁଛନ୍ତି ହ୍ୟାକର

ସାବଧାନ : କରୋନାର ବୁଷ୍ଟର ଡୋଜ୍ ନା’ରେ ଠକୁଛନ୍ତି ହ୍ୟାକର

ନୂଆଦିଲ୍ଲୀ : କରୋନା ମହାମାରୀରେ କେତେ ବେଳେ ଅକ୍ସିଜେନ୍ ସିଲିଣ୍ଡର ଅଭାବ ତ ଆଉ କେତେ ବେଳେ ଅକ୍ସିଜେନ୍ କନ୍‌ସନ୍‌ଟ୍ରେଟର ଯୋଗୁ ରୋଗୀମାନେ ପ୍ରବଳ ହଇରାଣ ହେଉଛନ୍ତି । ଏବେ ପୁଣିଥରେ ଏଭଳି ଏକ ଠକେଇ ସାମ୍ନାକୁ ଆସିଛି । ଯାହା କରୋନା ରୋଗୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଏବେ ସାଇବର ଠକମାନେ ବୁଷ୍ଟର ଡୋଜ୍ ନାଁରେ ଲୋକଙ୍କୁ ଚୁନ ଲଗାଉଛନ୍ତି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଆଇଏଫ୍‌ଏସ୍ ଓ ୟୁନିଟ୍ ଓମିକ୍ରନ୍ ବୁଷ୍ଟର ଡୋଜ୍ ନାଁରେ ଠକେଇ କରୁଥିବା ୩ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ଇତି ମଧ୍ୟରେ ୨୪ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ବ୍ୟାଙ୍କ ଆକାଉଣ୍ଟକୁ ବି ପୋଲିସ ସିଜ୍ କରିଛି । ଏମାନଙ୍କ ନାଁରେ ୮ଟି ବ୍ୟାଙ୍କରେ ଆକାଉଣ୍ଟ ରହିଛି । ଏହି ଆକାଉଣ୍ଟର ଡିଟେଲ୍ସ ଦେଇ ଏହି ଠକମାନେ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ । ପୋଲିସ ଏମାନଙ୍କ ନିକଟରୁ ୪ଟି ଡେବିଟ୍ କାର୍ଡ, ୧ ଚେକ୍ ବୁକ୍ ଓ ୬ଟି ମୋବାଇଲ ଜବତ କରିଛି । ଦିଲ୍ଲୀ ପୋଲିସ ମୁତାବକ, ଏହି ଗ୍ୟାଙ୍ଗ୍ ନିଜକୁ ସରକାରୀ ବିଭାଗର କର୍ମଚାରୀ ପରିଚୟ ଦେଇ ବୁଷ୍ଟର ଡୋଜ୍ ନାଁରେ ପ୍ରଥମେ ଲୋକଙ୍କୁ କଲ୍ କରିଥା’ନ୍ତି । ଲୋକଙ୍କ ବିଶ୍ୱାସ ଜିତିବାପରେ ଫୋନ୍‌ରେ କଲ୍ କରି ଆପଏଣ୍ଟମେଣ୍ଟ ନେବା ପାଇଁ ହ୍ୱାଟ୍ସ ଆପ୍ କନ୍‌ଫରେନ୍ସ କଲ ଜଏନ୍ କରିବାକୁ କହିଥା’ନ୍ତି । ଯଦି କେହି ବ୍ୟକ୍ତି ଏହି କନ୍‌ଫରେନ୍ସ ଜଏନ୍ କରେ, ତେବେ ତୁରନ୍ତ ତାଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ ହୋଇଯାଏ । ଏହା ପରେ ଏହି ଗ୍ୟାଙ୍ଗ୍ ଉକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟରେ ଥିବା ବନ୍ଧୁ ଓ ସମ୍ପର୍କୀୟଙ୍କୁ ମେସେଜ୍ କରି ତାଙ୍କୁ ୟୁପିଆଇ ମାଧ୍ୟମରେ ନିଜ ଆକାଉଣ୍ଟରେ ଟଙ୍କା ପଠାଇବାକୁ କହିଥାନ୍ତି । ଦିଲ୍ଲୀ ପୋଲିସର କହିବାନୁସାରେ , ଏହି ଗ୍ୟାଙ୍ଗ୍ ସହରର ଏମିତି ଅନେକ ଲୋକଙ୍କୁ ଠକି ଚାଲିଥିବା ବେଳେ ପୋଲିସ ଏହି ମାମଲାର ଖୁଲାସା ଦିଲ୍ଲୀ ଆରକେ ପୁରମ୍ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଅଭିଯୋଗ ପରେ କରିଥିଲା । ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଏହି ଗ୍ୟାଙ୍ଗ୍ ଇତି ମଧ୍ୟରେ ଡଜନେରୁ ଅଧିକ ଠକେଇ କରିସାରିଛନ୍ତି । ପୋଲିସ ମୁତାବକ, ମୁଖ୍ୟ ଅଭିଯୁକ୍ତ ମନୀଷ କୁମାର ବର୍ଷେ ତଳେ ୟୁଟ୍ୟୁବ୍‌ରେ ହ୍ୱାଟ୍ସଆପ୍ ହ୍ୟାକ୍ କରିବା ଉପାୟ ଶିଖିଥିଲା । ଏହା ପରେ ସେ ଏହି ଉପାୟରେ ଚାଟିଂ କରି ଲୋକଙ୍କୁ ଠକି ଆସୁଛି ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking