38.8 C
Bhubaneswar
Friday, April 19, 2024
Homeଓଡିଶାଶ୍ରୀ ଲିଙ୍ଗରାଜଙ୍କ ଜମି ହଡପ ପ୍ରତିବାଦରେ ତାତିଲା ଜିଲ୍ଲା ବିଜେପି

ଶ୍ରୀ ଲିଙ୍ଗରାଜଙ୍କ ଜମି ହଡପ ପ୍ରତିବାଦରେ ତାତିଲା ଜିଲ୍ଲା ବିଜେପି

ଭୂବନେଶ୍ୱର, : ଶ୍ରୀ ଲିଙ୍ଗରାଜଙ୍କ ଜମି ହଡପ ପ୍ରତିବାଦରେ ତାତିଲା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି । ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଥିବା ଭୀମପୁର ମୌଜାରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଥିବା ୧ ଏକର ୧୧୫ଡିସିମିଲି ଜମିକୁ ବେଆଇନ ଭାବେ ପୃଥିକା ପ୍ରଭାକରନ୍ ମାଡିବସିଛନ୍ତି । ଜମି ମାଲିକ ବୋଲି ଦାବି କରୁଥିବା ପୃଥିକା କୋର୍ଟଙ୍କ ର୍ନିେଶକୁ ଅବଜ୍ଞା କରି ନିର୍ମାଣ ଜାରି ରଖିବା ପ୍ରସଙ୍ଗ ଦୁର୍ଭାଗ୍ୟ ଜନକ ।
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ର୍ନିେଶରେ ଭୁବନେଶ୍ୱର ତହସିଲଦାର ସେଠାରେ ନାଲି ପତାକା ପୋତି ୧୪୪ଧାରା ଜାରି କରିଥିଲେ । କିନ୍ତୁ ନିର୍ମାଣ କାର୍ଯ୍ୟ ପାଇଁ ଆସିଥିବା କଂଟେନରକୁ ପୃଥିକା କାଢି ନାହାଁନ୍ତି । ଏହାର ପ୍ରତିବାଦରେ ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ତାତିଛି । ଠାକୁରଙ୍କ ସମ୍ପତି ସୁରକ୍ଷା ପାଇଁ ଜିଲ୍ଲା ବିଜେପି ଆନ୍ଦୋଳନକୁ ଓହ୍ଲାଇଛି ।
ବେଆଇନ ଜବରଦଖଲ ଜମିରେ ବିକ୍ଷୋଭ ପ୍ରଦର୍ଶନ ସହ ଗାତ ଖୋଳା ସ୍ଥାନରେ ମାଟି ଭରିବା ସହ କଂଟେନରରେ ଛକି ମାରିବା ସହ ବିଜେପି ଲେଖିଲା ଲିଙ୍ଗରାଜଙ୍କ ସମ୍ପତି ବୋଲି ରଙ୍ଗରେ । ସାଢେ ଚାରି କୋଟି ଓଡିଆଙ୍କ ଆଗରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜମିର ସୁରକ୍ଷା କରିବା ପାଇଁ ବିଜେପି ତାର ଲଢେଇ ଜାରି ରଖିବ ବୋଲି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି ।
ଏହି ଅବସରରେ ବିଜେପି ନେତା ବାବୁ ସିଂ, ଶଙ୍କର ପରିଡା, ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ରାମଚନ୍ଦ୍ର ରଣସିଂହ, ଅମରଜ୍ୱତି ଜଗବେ, ବିଜୟ କୁମାର ରାଉତ, ଜଗନ୍ନାଥ ବେହେରା, ତାପଶ ଦଳାଇ, ଶିବ ବେହେରା, କାର୍ତିକ ସୁନ୍ଦରାୟ, ମନୋଜ ପାତ୍ର, ସୁନୀଲ ପ୍ରଧାନ, ତୃପ୍ତିମୟୀ ମକମ, ଲିପା ଦାସ, ପ୍ରତୀକ୍ଷା ମହାପାତ୍ର, ସବିତା ପନାୟକ, ରଶ୍ମିରଞ୍ଜନ ମୁଦୁଲି, ରଜନୀ ବାଳା ଦାସ, ବବିତା ଜେନା, ସ୍ୱୟଂ ସେବକ ରାୟ, ଗୀତା ରାଣୀ ବେହେରା, ଜୟଶ୍ରୀ ତ୍ରିପାଠୀ, ଜ୍ୱତି ରେଖା ନାୟକ, ସୁଜିତ ସାହୁ, ମନୋରଞ୍ଜନ ସ୍ୱାଇଁ, ଧୀରେନ ପାତ୍ର, ସଞ୍ଜୟ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking