37.1 C
Bhubaneswar
Friday, May 17, 2024
Homeଅପରାଧଚିଟ୍‌ଫଣ୍ଡ ଠକେଇ; ସରକାରୀ ଖାତାକୁ ଯିବ ୨ ସଂସ୍ଥାର ୬୩ କୋଟି, ରୋଜଭ୍ୟାଲିର ୫୪, ଲକ୍ଷ...

ଚିଟ୍‌ଫଣ୍ଡ ଠକେଇ; ସରକାରୀ ଖାତାକୁ ଯିବ ୨ ସଂସ୍ଥାର ୬୩ କୋଟି, ରୋଜଭ୍ୟାଲିର ୫୪, ଲକ୍ଷ ଇଣ୍ଡିଆର ୯

ଭୁବନେଶ୍ୱର:ଓଡ଼ିଶାରେ ଚିଟ୍‌ଫଣ୍ଡ ଠକେଇରେ ସମ୍ପୃକ୍ତି ଥିବା ଦୁଇ ଚିଟ୍‌ଫଣ୍ଡ ସଂସ୍ଥା ରୋଜଭ୍ୟାଲି ଏବଂ ଲକ୍ଷ୍ୟ ଇଣ୍ଡିଆର ୬୩ କୋଟି ଟଙ୍କାର ସମ୍ପତ୍ତି ଏବେ ସରକାରୀ ଖାତାକୁ ଚାଲିଯିବ । କେନ୍ଦ୍ର ଏବଂ ରାଜ୍ୟର ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲୁ ଦୁଇ ସଂସ୍ଥାର ସ୍ଥାବର ଏବଂ ଅସ୍ଥାବର ସଂମ୍ପତ୍ତି ଆଟାଚ କରିବାକୁ ଭିନ୍ନ ଭିନ୍ନ କୋର୍ଟଙ୍କୁ ଆବେଦନ କରିଛନ୍ତି । କୋର୍ଟ ଏମାନଙ୍କ ସମ୍ପତ୍ତି ଆଟାଜ୍‌ମେଣ୍ଟ ପ୍ରକ୍ରିୟାକୁ ଅନୁମୋଦନ କରିଛନ୍ତି । ଯାହାଦ୍ୱାର ରୋଜଭ୍ୟାଲିର ୫୪ କୋଟି ଓ ଲକ୍ଷ୍ୟ ଇଣ୍ଡିଆର ୯ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ ହେବାକୁ ଯାଉଛି ।

ମିଳିଥିବା ସୂଚନା ମୁତାବକ, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ (ଇଡି) ରୋଜଭ୍ୟାଲି ଚିଟଫଣ୍ଡ ମାମଲାର ତଦନ୍ତ କରୁଛି । ପୂର୍ବରୁ ଇଡି ଉକ୍ତ ସଂସ୍ଥାର ୧୧୧୭.୭୧ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରି ସାରିଛି । ବର୍ତ୍ତମାନର ୫୪ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିବ । ଯେଉଁଥିରେ ରହିଛି ସଂସ୍ଥାର ମାଲିକ ଗୌତମ କୁଣ୍ଡୁ ଏବଂ ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ବୀମା ପଲିସି ଏବଂ ପଶ୍ଚିମବଙ୍ଗ, ବିହାର, ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ରରେ ଥିବା କୋଠା ଏବଂ ପ୍ଲଟ୍ । ଗୌତମ ଏବଂ ତାଙ୍କ ସ୍ତ୍ରୀ ଠକେଇ ଟଙ୍କାରେ ଏହି ସମ୍ପତ୍ତି ଗୁଡିକୁ ଅଧିଗ୍ରହଣ କରିଥିଲେ ବୋଲି ଇଡି ତଦନ୍ତ ସମୟରେ ଜାଣିବାକୁ ପାଇଥିଲା ।

ଏହାକୁ ମିଶାଇ ମୋଟ ସମ୍ପତ୍ତି ଆଟାଚ୍‌ମେଣ୍ଟ ପରିମାଣ ୧୧୭୧.୭୧ କୋଟି ଟଙ୍କାରେ ପହଞ୍ଚିଛି । ପ୍ରିଭେନ୍‌ସନ୍ ଅଫ ମନି ଲଣ୍ଡରିଂ ଆଇନ ବଳରେ ରୋଜଭାଲି ବିରୋଧରେ ଏବେ ବି ଇଡି ତଦନ୍ତ ଜାରି ରଖିଛି । ରୋଜଭ୍ୟାଲି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ କୋଟି କୋଟି ଟଙ୍କାର ଠକେଇ କରିଥିଲା । ଅନ୍ୟପକ୍ଷରେ ଟିଟ୍‌ଫଣ୍ଡ ସଂସ୍ଥା ଲକ୍ଷ୍ୟ ଇଣ୍ଡିଆ ଲିମିଟେଡର ୯ କୋଟି ଟଙ୍କାର ସଂପତ୍ତି ଆଟାଚ କରିବାକୁ ବାଲେଶ୍ୱର ଓପିଆଇଡି କୋର୍ଟ କ୍ରାଇମ୍‌ବ୍ରାଞ୍ଚର ଇଓବ୍ଲ୍ୟୁକୁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଷ୍ୟ ଇଣ୍ଡିଆ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ରାଞ୍ଚ ଖୋଲି ୬୭୧୫ ଜମାକାରୀଙ୍କଠାରୁ ୧୦ କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲା । ୨୦୦୮ରୁ ୨୦୦୯ ମଧ୍ୟରେ ସଂସ୍ଥା ଜମାକାରୀଙ୍କଠାରୁ ଅର୍ଥ ସଂଗ୍ରହ ଲାଗି ଡିପୋଜିଟ ପ୍ଲାନ ଓ ସ୍କିମ୍ ଶୁଭାରମ୍ଭ କରିଥିଲା । ପରେ ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକରେ ଜମାକାରୀଙ୍କ ଅର୍ଥ ହଡପ୍ କରିଥିଲା । ଖୋଲତାଡ୍ ପରେ ସଂସ୍ଥାର ୧୦ଟି ଆକାଉଣ୍ଟରେ ୯ କୋଟିରୁ ଅଧିକ ଟଙ୍କା ଜମା ଥିବା ଜଣାପଡିଥିଲା । ବାଲେଶ୍ୱର ଓପିଆଇଡି କୋର୍ଟ ଲକ୍ଷ୍ୟ ଇଣ୍ଡିଆ ସଂସ୍ଥାର ସମ୍ପତ୍ତି ଆଟାଚ କରିବାକୁ ନିର୍ଦ୍ଦେଶ ଦେବା ସହ ଜମାକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ମଧ୍ୟରେ ଟଙ୍କା ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking