30.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଚୀନରେ ଲୋକଙ୍କୁ ତଳେ ପକାଇ ଜବରଦସ୍ତ ନିଆଯାଉଛି ସ୍ୱାବ ନମୁନା, ଭାଇରାଲ ହେଲା ଭିଡିଓ

ଚୀନରେ ଲୋକଙ୍କୁ ତଳେ ପକାଇ ଜବରଦସ୍ତ ନିଆଯାଉଛି ସ୍ୱାବ ନମୁନା, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଚୀନରେ ସାଙ୍ଘାତିକ ହେବାରେ ଲାଗିଛି ପରିସ୍ଥିତି । ଏଠାରେ ହଠାତ ସଂକ୍ରମଣ ବଢ଼ିବା ପରଠାରୁ ସରକାର କଠୋର କଟକଣା ଲାଗୁ କରିଛନ୍ତି । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ କରାଯାଇଛି । ତେବେ ଚୀନବାସୀ କରୋନା ଭୂତାଣୁକୁ ଡରିବା ପରିବର୍ତ୍ତେ ଲକଡାଉନକୁ ଡରୁଥିବା ଜଣାପଡ଼ିଛି । ଲକଡାଉନ ସମୟରେ ଲୋକଙ୍କ ସହ ଯେଉଁଭଳି ଭାବେ ବ୍ୟବହାର କରାଯାଉଛି, ତାକୁ ଦେଖି ଲୋକେ ଘରୁ ବାହାରୁ ନଥିବା କୁହାଯାଉଛି । ପୂର୍ବରୁ ସାଙ୍ଘାଇରେ ଲୋକଙ୍କ ପ୍ରତି କରାଯାଉଥିବା ର୍ଦୁବ୍ୟବହାରର ଅନେକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଇଛି ଯେ, ଜଣେ ମହିଳାଙ୍କୁ ଜୋର ଜବରଦସ୍ତ ତଳେ ପକାଇ କରୋନା ପରୀକ୍ଷା ପାଇଁ ସ୍ୱାବ ନିଆଯାଉଛି । ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଏକ ଟେଷ୍ଟିଂ ସେଣ୍ଟରରେ ଜଣେ ମହିଳାଙ୍କୁ ତଳେ ପକାଇଦେବା ସହ ଜଣେ ଯୁବକ ତାଙ୍କ ଉପରେ ବସିଛନ୍ତି । ମହିଳାଙ୍କ ନାକରୁ ସ୍ୱାବ ନେବା ପାଇଁ ଯୁବକଜଣକ ତାଙ୍କ ହାତକୁ ନିଜ ଗୋଡ଼ ତଳେ ଚାପି ଧରୁଛନ୍ତି । ମହିଳାଜଣକ ଛଟପଟ ହେଉଥିଲେ ବି ତାଙ୍କ ସ୍ୱାବ ନମୁନା ନେବା ପାଇଁ ଯୁବକଜଣକ ତାଙ୍କୁ ତଳେ ପକାଇ ରଖୁଛନ୍ତି । ତେବେ ଭିଡିଓ ପଛର ସତ୍ୟତା କେତେ ଏବଂ ଏଭଳି କରିବା ପଛର ପ୍ରକୃତ କାରଣ କ’ଣ ତାହା ଜଣାପଡ଼ିନଥିବା ବେଳେ ଏବେ ଏହାକୁ ନେଇ ବିବାଦୀୟ ହୋଇପଡ଼ିଛି ଚୀନ । ସୋସିଆଲ ମିଡିଆରେ ଲୋକେ ଚୀନକୁ ସମାଲୋଚନା କରୁଥିବା ବେଳେ ସାଧାରଣ ଲୋକଙ୍କ ପ୍ରତି ଏଭଳି ବ୍ୟବହାରକୁ ନିନ୍ଦା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking