30.1 C
Bhubaneswar
Sunday, May 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଖୁବ୍‌ ଶୀଘ୍ର ରୁଷ୍‌ ଗସ୍ତରେ ଆସିବେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌: ପୁଟିନ୍‌

ଖୁବ୍‌ ଶୀଘ୍ର ରୁଷ୍‌ ଗସ୍ତରେ ଆସିବେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌: ପୁଟିନ୍‌

ମସ୍କୋ: ଖୁବ୍‌ ଶୀଘ୍ର ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ମସ୍କୋ ଗସ୍ତରେ ଆସିବେ‌ ବୋଲି ବୁଧବାର ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ସୂଚନା ଦେଇଛନ୍ତି। ଚୀନ୍‌ର ପଦସ୍ଥ କୂଟନୀତିଜ୍ଞ ୱାଙ୍ଗ୍‌ ୟିଙ୍କୁ କ୍ରେମ୍‌ଲିନ୍‌କୁ ସ୍ବାଗତ କରିବା ବେଳେ ପୁଟିନ୍‌ କହିଛନ୍ତି, ଜିନ୍‌ପିଙ୍ଗ୍‌ଙ୍କ ଗସ୍ତକୁ ଚାହିଁବସିଛୁ। ଏଥିପାଇଁ ଦୁଇ ଦେଶ ମଧ୍ୟରେ ବ୍ୟବସ୍ଥା କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ସବୁ ଜିନିଷ ପ୍ରଗତି କରୁଛି, ଉନ୍ନତି କରୁଛି। ଆମେ ନୂତନ ଦିଗନ୍ତରେ ଉପଗତ ହେଉଛୁ।

ସୂଚନାଯୋଗ୍ୟ, ଫେବ୍ରୁଆରି ୨୪ ତାରିଖରେ ୟୁକ୍ରେନ୍‌ ଯୁଦ୍ଧକୁ ବର୍ଷେ ପୂରୁଥିବା ବ‌େଳେ ପୁଟିନ୍‌ ଉପରୋକ୍ତ ଘୋଷଣା କରିଛନ୍ତି। ସି ଜିନ୍‌ପିଙ୍ଗ୍‌ଙ୍କ ଯୋଜନା ସଂକ୍ରାନ୍ତରେ ଅବଗତ ଥିବା ଲୋକମାନଙ୍କ କଥାରୁ ଉଦ୍ଧୃତ କରି ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି, ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧର ଅବସାନ ନିମନ୍ତେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ବେଜିଙ୍ଗ୍‌ ଚାହୁଁଥିବାରୁ ପୁଟିନ୍‌ଙ୍କ ସହିତ ତାଙ୍କର ସାକ୍ଷାତ ବହୁପକ୍ଷ ଶାନ୍ତି ଆଲୋଚନାର ଅଂଶବିଶେଷ ହେବ। ଏହାଛଡ଼ା, ଚୀନ୍‌ ରାଷ୍ଟ୍ରପତିଙ୍କ ଗସ୍ତ ବ୍ୟବସ୍ଥା ପ୍ରାରମ୍ଭିକ ଅବସ୍ଥାରେ ଥିବା ଦୃଷ୍ଟିରୁ ଗସ୍ତ ସମୟ ନିର୍ଦ୍ଧାରଣ କରାଯାଇନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking