29.1 C
Bhubaneswar
Monday, April 27, 2026
Homeଦେଶ ବିଦେଶଚୀନର ଟପ୍ ଜେନେରାଲଙ୍କ ବିରୋଧରେ ପରମାଣୁ ତଥ୍ୟ ଲିକ୍ ଅଭିଯୋଗ

ଚୀନର ଟପ୍ ଜେନେରାଲଙ୍କ ବିରୋଧରେ ପରମାଣୁ ତଥ୍ୟ ଲିକ୍ ଅଭିଯୋଗ

ୱାଶିଂଟନ୍‌: ଚୀନର ଟପ୍ ଜେନେରାଲଙ୍କ ବିରୋଧରେ ପରମାଣୁ ତଥ୍ୟ ଲିକ୍ ଅଭିଯୋଗ। ଆମେରିକାକୁ ଚୀନ୍‌ର ପରମାଣୁ ଅସ୍ତ୍ର ସହ ଜଡିତ ତଥ୍ୟ ଲିକ୍ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ଅଭିଯୋଗ ପରେ ଶୀର୍ଷ ସାମରିକ ଅଧିକାରୀ ଝାଙ୍ଗ୍ ୟୁକ୍ସିଆଙ୍କ ଉପରେ ନଜର ରଖାଯାଇଛି। ରିପୋର୍ଟ ଅନୁଯାୟୀ, ଝିଙ୍ଗ ବିରୋଧରେ ଦୁର୍ନୀତିଠାରୁ ଆରମ୍ଭ କରି ଆମେରିକାକୁ ସମ୍ବେଦନଶୀଳ ପରମାଣୁ ଅସ୍ତ୍ର ତଥ୍ୟ ଲିକ୍ କରିବା ପର୍ଯ୍ୟନ୍ତ ଅଭିଯୋଗ ଥିବାରୁ ଦେଶ ଭିତରେ ଏବଂ ବାହାରେ ତଦନ୍ତ ଆରମ୍ଭ ହୋଇଛି। ଚୀନର କେନ୍ଦ୍ରୀୟ ସାମରିକ କମିଶନର ଉପାଧ୍ୟକ୍ଷ ଏବଂ ପିପୁଲ୍ସ ଲିବରେସନ ଆର୍ମିର ସର୍ବୋଚ୍ଚ ପଦାଧିକାରୀ ଜେନେରାଲ ଝାଙ୍ଗ ୟୁକ୍ସିଆଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ଚୀନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ “ଅନୁଶାସନ ଏବଂ ଆଇନର ଗମ୍ଭୀର ଉଲ୍ଲଂଘନ” ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ଝାଙ୍ଗଙ୍କ ଅଧୀନରେ ପଦୋନ୍ନତି ପାଇଥିବା ଅଧିକାରୀମାନେ ମଧ୍ୟ ତଦନ୍ତାଧୀନ ଅଛନ୍ତି ବୋଲି ଜଣାପଡ଼ିଛି। କର୍ତ୍ତୃପକ୍ଷ ଏହି ମାମଲା ସହିତ ଜଡିତ ଲୋକଙ୍କଠାରୁ ମୋବାଇଲ୍ ଡିଭାଇସ୍ ଜବତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking