27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଚୀନ୍‌: ଫାର୍ମରୁ ଖସି ପଳାଇଥିବା ୭୦ କୁମ୍ଭୀର ଉଦ୍ଧାର

ଚୀନ୍‌: ଫାର୍ମରୁ ଖସି ପଳାଇଥିବା ୭୦ କୁମ୍ଭୀର ଉଦ୍ଧାର

ବେଜିଂ : ଚୀନ୍‌ର ମାଓମିଙ୍ଗ୍ ସହରରେ ଥିବା ଏକ କୁମ୍ଭୀର ଫାର୍ମରୁ ଖସି ପଳାଇଥିବା ୭୦ କୁମ୍ଭୀରଙ୍କୁ ପୁଣି ଫାର୍ମକୁ ଫେରାଇ ଅଣାଯାଇଛି । ବାତ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାଜଳ ଫାର୍ମ ମଧ୍ୟରେ ପ୍ରବେଶ କରିଥିଲା । ଏହାର ସୁଯୋଗ ନେଇ କୁମ୍ଭୀରଗୁଡିକ ଖସି ପଳାଇଥିଲେ । ପ୍ରଶାସନ ଓ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଯାଇଥିଲା । ଫାର୍ମ କର୍ମଚାରୀ ଓ ଦମକଳ ବାହିନୀ ବିଭିନ୍ନ ସ୍ଥାନରୁ ସବୁ କୁମ୍ଭୀରଙ୍କୁ ଉଦ୍ଧାର କରି ଫାର୍ମରେ ପହଞ୍ଚାଇଛନ୍ତି । ବାହାରେ ଥିବାବେଳେ କୌଣସି ବ୍ୟକ୍ତି କୁମ୍ଭୀର ଆକ୍ରମଣର ଶିକାର ହୋଇନଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking