32.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶଭାରତୀୟଙ୍କ ଉପରୁ କୋଭିଡ୍ ବ୍ୟାନ୍ ହଟାଇଲା ଚୀନ୍‌

ଭାରତୀୟଙ୍କ ଉପରୁ କୋଭିଡ୍ ବ୍ୟାନ୍ ହଟାଇଲା ଚୀନ୍‌

ବେଜିଂ: ଚୀନ୍ ସରକାର ଭାରତୀୟ ପ୍ରଫେସନାଲ୍ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ପୁଣିଥରେ ଭିସା ପ୍ରଦାନ ପାଇଁ ଘୋଷଣା କରିଛି । ଏହି ଭାରତୀୟ ପେସାଦାରମାନେ ଚୀନ୍‌ର କଡ଼ା କୋଭିଡ୍ ବ୍ୟାନ୍ ଯୋଗୁଁ ଦୁଇବର୍ଷ ଧରି ଚୀନ୍ ଯାଇନପାରିରେ ଦେଶରେ ଅଟକି ରହିଥିଲେ । ବେଜିଂର ଏହି ନିଷ୍ପତ୍ତି ଫଳରେ ୨୦୨୦ରୁ ଭାରତରେ ଅଟକି ରହିଥିବା ଭାରତୀୟଙ୍କୁ ଆଶ୍ୱସ୍ତି ମିଳିବ । ଏହା ବ୍ୟତୀତ ଚୀନ୍‌ର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ହଜାର ହଜାର ଭାରତୀୟ ଛାତ୍ର ପୁଣିଥରେ ଏହି ଶୈକ୍ଷିକ ସଂସ୍ଥାରେ ଅଧ୍ୟୟନ ପାଇଁ ଇଚ୍ଛାପ୍ରକାଶ ସହ କରିଥିବା ଅନୁରୋଧ ଉପରେ ବେଜିଂ କାର୍ଯ୍ୟ କରୁଛି । ସୋମବାର ଭାରତରେ ସ୍ଥିତ ଚୀନ୍ ଦୂତାବାସ ଦୁଇବର୍ଷ ପରେ ଏହାର କୋଭିଡ୍‌-୧୯ ଭିସା ପଲିସି ଅପ୍‌ଡେଟ୍ କରିବା ସହ ଚୀନ୍ ଯାଇ ପୁଣିଥରେ ନିଜ କାର୍ଯ୍ୟାରମ୍ଭ ପାଇଁ ଇଚ୍ଛୁକ ବିଦେଶୀ ନାଗରିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ କରାଯାଇଥିବା ଭିସା ଆବେଦନକୁ ଗ୍ରହଣ କରିଛି । ଚୀନ୍‌ରେ ଥିବା କେତେକ ଭାରତୀୟ ପ୍ରଫେସନାଲ୍ ଭାରତରେ ଫସିରହିଥିବା ସେମାନଙ୍କ ପରିବାର ସଦସ୍ୟଙ୍କୁ ଚୀନ୍ ଫେରିବା ଅନୁମତି ଦେବା ପାଇଁ ବେଜିଂ ଉପରେ ଚାପ ସୃଷ୍ଟି କରିବାକୁ ଗତ ମାସରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଅନୁରୋଧ କରିଥିଲେ । ସେହିପରି ନୂଆଦିଲ୍ଲୀସ୍ଥିତ ଚୀନ୍ ଦୂତାବାସ ମଧ୍ୟ ଚୀନ୍ ନାଗରିକଙ୍କ ପରିବାର ସଦସ୍ୟ ଏବଂ ଚୀନ୍‌ର ସ୍ଥାୟୀ ରେସିଡେନ୍ସ ପରମିଟ୍ ଥିବା ବିଦେଶୀ ନାଗରିକ ମଧ୍ୟ ଚୀନ୍ ଯାତ୍ରା ପାଇଁ ଭିସା ଆବେଦନ କରିପାରିବେ । ତେବେ ପର୍ଯ୍ୟଟନ ଏବଂ ଅନ୍ୟ ବ୍ୟକ୍ତିଗତ କାରଣ ପାଇଁ ଭିସା ପ୍ରଦାନ ଉପରେ କଟକଣା ଜାରି ରହିଛି ବୋଲି ଚୀନ୍ ଦୂତାବାସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking