22.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶତାଲିବାନ ସହ କୂଟନୈତିକ ସମ୍ପର୍କ ସ୍ଥାପନକଲା ଚୀନ୍‌

ତାଲିବାନ ସହ କୂଟନୈତିକ ସମ୍ପର୍କ ସ୍ଥାପନକଲା ଚୀନ୍‌

ବେଜିଂ:  ବର୍ବରୋଚିତ କାର୍ଯ୍ୟ ପାଇଁ ଆନ୍ତର୍ଜାତିକ ସର୍କିଟରେ ନିନ୍ଦନୀୟ ହୋଇପଡିଥିବା ତାଲିବାନକୁ ବିଶ୍ୱର ଅଧିକାଂଶ ରାଷ୍ଟ୍ର ସ୍ୱୀକୃତି ଦେବାକୁ କୁଣ୍ଠାବୋଧ କରୁଥିବାବେଳେ ଚୀନ୍ କିନ୍ତୁ ଏ ପ୍ରସଙ୍ଗରେ ଏକ ବ୍ୟତିକ୍ରମ ଘଟାଇଛି । ବିଶ୍ୱର ପ୍ରଥମ ରାଷ୍ଟ୍ରଭାବେ ଚୀନ୍ ତାଲିବାନ ସହ କୂଟନୈତିକ ସମ୍ପର୍କ ସ୍ଥାପନ କରିଛି । ବର୍ତ୍ତମାନ ତାଲିବାନ ଓ ଚୀନ୍ ମଧ୍ୟରେ ଉତ୍ତମ ବୁଝାମଣା ଜାରି ରହିଛି ବୋଲି ବୁଧବାର ଚୀନ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ୱଙ୍ଗ୍ ୱେନ୍‌ବିନ୍ ଗଣମାଧ୍ୟମକୁ ଜଣାଇଛନ୍ତି ।

ଇତିମଧ୍ୟରେ କାବୁଲସ୍ଥିତ ଚୀନ୍ ରାଷ୍ଟ୍ରଦୂତ ୱଙ୍ଗ୍ ୟୁ ଏବଂ ତାଲିବାନ ରାଜନୈତିକ ସେଲ୍‌ର ଉପମୁଖ୍ୟ ଅବଦୁଲ ସଲାମ ହାନାଫିଙ୍କ ମଧ୍ୟରେ ଆଲୋଚନା ହୋଇଯାଇଛି । ତେବେ ଏହି ଆଲୋଚନାର ବିଷୟବସ୍ତୁ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇନଥିଲେ ସୁଦ୍ଧା କାବୁଲ ସେମାନଙ୍କ ପାଇଁ ଗୁରୁତ୍ୱପୁର୍ଣ୍ଣ ବୋଲି ୱେନ୍‌ବିନ୍ କହିଛନ୍ତି । ତାଲିବାନକୁ ସମର୍ଥନ ଜଣାଇବା ସହ ଆଫଗାନବାସୀଙ୍କ ବିକାଶ ଦିଗରେ ଚୀନ୍ କାର୍ଯ୍ୟ କରିବ ବୋଲି ୱେନ୍‌ବିନ୍ କହିଛନ୍ତି । ସେଠାର ଶାନ୍ତି ପ୍ରତିଷ୍ଠା ଓ ବିକାଶ କାର୍ଯ୍ୟ କିଭଳି ତ୍ୱରାନ୍ୱିତ କରାଯିବା ନେଇ ତାଲିବାନକୁ ଚୀନ୍ ସମସ୍ତ ସହଯୋଗ କରିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking