ବେଜିଂ : ଚୀନ୍ର ପୂର୍ବାଞ୍ଚଳରେ ଅବସ୍ଥିତ ସୁକ୍ୱିଆନ୍ ଓ ଜିୟାଙ୍ଗ୍ସୁ ପ୍ରଦେଶରେ ମଙ୍ଗଳବାର ଟର୍ଣ୍ଣାଡୋ (ସାମୁଦ୍ରିକ ଝଡ) ପ୍ରଭାବରେ ୧୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ଗୁରୁତର ଆହତ ୩୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟର୍ଣ୍ଣାଡୋ ଯୋଗୁଁ ଏହି ଦୁଇଟି ପ୍ରଦେଶରେ ୧୩୭ଟି ଘର ଭାଙ୍ଗିଥିବାବେଳେ ୫୫୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳରୁ ୫୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ବାତ୍ୟାଞ୍ଚଳକୁ ରିଲିଫ୍ ଓ ଉଦ୍ଧାରକାରୀ ଦଳ ପଠାଯାଇଛି ।