34.1 C
Bhubaneswar
Wednesday, May 22, 2024
Homeଦଶମ ପରୀକ୍ଷା-୨୦୨୨ଦଶମ ପରୀକ୍ଷା ପାଇଁ ପିଲାଙ୍କ ପ୍ରସ୍ତୁତି

ଦଶମ ପରୀକ୍ଷା ପାଇଁ ପିଲାଙ୍କ ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତା ୨୯ରେ ଆରମ୍ଭ ହେବାକୁ ଥିବା ଦଶମ ବୋର୍ଡ ପରୀକ୍ଷା ନେଇ ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତତ୍ପରତା ଦେଖାଦେଇଛି । ପିଲାଏ ଏବେ ସ୍କୁଲ୍ ଛାଡ଼ି ଘରେ ପାଠପଢ଼ାକୁ ଜୋର୍ ଦେଇଥିବା ବେଳେ ଶିକ୍ଷକମାନେ ସେମାନଙ୍କ ସମର୍ଥନରେ ପିଲାଙ୍କୁ ପରୀକ୍ଷା ସମ୍ବନ୍ଧୀୟ ନାନା ଶୈକ୍ଷିକ ବାର୍ତ୍ତା ଦେଉଛନ୍ତି । ଏବେ ପିଲାମାନେ କେବଳ ରିଭିଜନ୍‌କୁ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି । ହାତରେ ଆଉ ମାତ୍ର ୧୭ ଦିନ ଥିବା ବେଳେ ଏଥିପାଇଁ ବିଭିନ୍ନ ବିଷୟରେ ଥିବା ସନ୍ଦେହ ଜନକ ଅନୁଶୀଳନକୁ ନେଇ ପିଲାଏ ଶିକ୍ଷକଙ୍କୁ ଭେଟୁଛନ୍ତି ।
ଅଭିଭାବକମାନେ ମଧ୍ୟ ପିଲାମାନଙ୍କୁ ନିଜ ଘର କାମ ଛାଡ଼ି ପାଠପଢ଼ାରେ ଅଭ୍ୟସ୍ତ କରାଇଛନ୍ତି । ପିଲାମାନେ ଦିନକୁ ୭ ରୁ ୮ଘଣ୍ଟା ପରିଶ୍ରମ କରୁଥିବା ବେଳେ ଆବଶ୍ୟକତା ଅନୁଯାୟୀ ଅଭିଭାବକମାନେ ମଧ୍ୟ ପିଲାମାନଙ୍କୁ ସହଯୋଗ କରୁଛନ୍ତି । ପିଲାଏ ଟ୍ୟୁସନ୍‌କୁ ଏବେ ଗୁରୁତ୍ୱ ଦେଉଥିବା ବେଳେ ସବୁ ଟ୍ୟୁସନ୍‌ରେ କେବଳ ଡାଉଟ୍ କ୍ଲିୟରିଂ କ୍ଲାସ୍ ଏବଂ ରିଭିଜନ୍ ପଢ଼ା ହେଉଥିବା ପରିଲକ୍ଷିତ ହୋଇଛି । ବିଭିନ୍ନ କୋଚିଂ ସେଣ୍ଟର୍ ତଥା ଘରୋଇ ଶିକ୍ଷକମାନେ ପିଲାଙ୍କୁ ପ୍ରତି ବିଷୟର ଅନୁଶୀଳନ ପ୍ରତି ସଚେତନ କରୁଛନ୍ତି । ସେହିପରି ପରୀକ୍ଷା ସମୟ ଆସି ଯାଉଥିବାରୁ ଛାତ୍ରଛାତ୍ରୀ ବ୍ୟସ୍ତ ବିବ୍ରତ ହୋଇ ଯାଉଥିବା ବେଳେ ଏଥିପାଇଁ ତିଳେ ମାତ୍ର ବ୍ୟସ୍ତ ନହୋଇ ତଥା ମନକୁ ଶାନ୍ତ କରି ପରୀକ୍ଷା ଦେବାକୁ ଶିକ୍ଷକ ଏବଂ ଅଭିଭାବକମାନେ ପ୍ରବର୍ତ୍ତାଉଛନ୍ତି । ଗତ ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପିଲାଙ୍କୁ ପରୀକ୍ଷା ସମ୍ବନ୍ଧିତ ନାନା ଟିପ୍ସ ଦେଇ ପରୀକ୍ଷା ଲାଗି ପଡ଼ୁଥିବା ଚାପ ବୋଝକୁ କମ୍ କରିବା ପାଇଁ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking