27.1 C
Bhubaneswar
Sunday, June 30, 2024
Homeଓଡିଶାଗାଧୋଇଲା ବେଳେ ବୁଡ଼ିଗଲେ ଶିଶୁ, ମୃତ ଦେହ ଉଦ୍ଧାର

ଗାଧୋଇଲା ବେଳେ ବୁଡ଼ିଗଲେ ଶିଶୁ, ମୃତ ଦେହ ଉଦ୍ଧାର

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣୀ ପ୍ରାଚୀ ବିହାରର ଛକ ବଡେଇ ଠାକୁରାଣୀ ପୋଖରୀରେ ଗାଧୋଉଥିଲା ବେଳେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି । ପୋଖରୀ ତୁଠରେ ଗୋଡ଼ ଖସି ଯିବାରୁ ତାଙ୍କର ମୃତ ଘଟିଛି । ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ମୃତ ଶିଶୁ ଜଣଙ୍କ ହେଲେ ସିପୁନ୍ ପ୍ରଧାନ ଓରଫ ବାବୁ । ବାବୁଙ୍କ ବିୟୋଗରେ ଉକ୍ତ ଅଞ୍ଚଳରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଅଗ୍ନିଶମ ବିଭାଗର ସୂଚନା ମୁତାବକ, ସିପୁନ ପରିବାର ଲୋକେ ଦିନ ମଜୁରିଆ ଶ୍ରେଣୀର । ସେ ଚଥୁର୍ଥ ଶ୍ରେଣୀରେ ପାଠ ପଢନ୍ତି । ସେ ଏବଂ ତାଙ୍କର ଜଣେ ସାଙ୍ଗ ଉକ୍ତ ପୋଖରୀରେ ଗାଧୋଇବାକୁ ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟ ସମୟରେ ଆସିଥିଲେ । ଗାଧୋଉଥିଲା ବେଳେ ଉକ୍ତ ପାହାଚରରେ ଅଚାନକ ତାଙ୍କ ଗୋଡ଼ ଖସିଯାଇଥିଲା । ଯାହା ଫଳରେ ସେ ପାଣି ଭିତରକୁ ଚାଲି ଯାଇଥିଲେ । ଯାହାଫଳରେ ସେ ବୁଡି ଯାଇଥିଳେ । ତାଙ୍କ ସାଙ୍ଗ ଉଦ୍ଧାର ପାଇଁ ଲୋକଙ୍କୁ ଡାକ ପାକଇଥିଲେ । ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking