29.1 C
Bhubaneswar
Tuesday, March 17, 2026
Homeଓଡିଶାକେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ଆଜିଠୁ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିମାନରୁ ଅବତରଣ ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ନିଜ ସଦର ନିର୍ବାଚନୀ ମଣ୍ଡଳୀର ଫୁଟବଲ ଫାଇନାଲ ମ୍ୟାଚ ସହ ସ୍ଵେଚ୍ଛାସେବୀ ସଙ୍ଗଠନ ଦ୍ଵାରା ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ଵରରୁ ସ୍ଵତନ୍ତ୍ର ବିମାନ ଯୋଗେ ବାହାରି ୧୦.୪୦ ରେ କେନ୍ଦୁଝର ରିଜର୍ଭ ଗ୍ରାଉଣ୍ଡରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ ପଡିଆରେ ଅବତରଣ କରିବାର ସମୟ ପୂର୍ବରୁ ଧାର୍ୟ୍ୟ ହୋଇଥିଲା । ହେଲେ ପାଖାପାଖି ୧୧.୩୦ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। ସେଠାରୁ ସ୍ଥାନୀୟ ଅଡିଟୋରିୟମରେ ଅନୁଷ୍ଠିତ ଲାଇଫ ସେଭର୍ସ ଗ୍ରୁପ ଦ୍ଵାରା ଆୟୋଜିତ ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବେ ।ଏହାପରେ ପ୍ରଦକ୍ଷଣ ଗୃହରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୨ଟା୨୫ ସମୟରେ ନିଜ ଗାଁ ରାଇକଳା ନିକଟସ୍ଥ କରଞ୍ଜିଆପଡ଼ା ପଡ଼ିଆ ମା’ ତାରିଣୀ କ୍ଲବ ଦ୍ଵାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେବେ ବୋଲି ଜଣାପଡ଼ିଛି । ଏହାପରେ ସେଠାରୁ ସଡ଼କ ପଥ ଦେଇ କେନ୍ଦୁଝର ସହରର କାସଭି ଇଣ୍ଟରନେସନାଲ ହୋଟେଲରେ ଆୟୋଜିତ ବିଧାୟକ ଓ ସାଂସଦଙ୍କ ସହ ବୈଠକରେ ଯୋଗ ଦେବେ । ଶନିବାର ସକାଳୁ ୭ଟା ୨୦ ରେ କେନ୍ଦୁଝର ଷ୍ଟାଡିୟମଠାରେ ପ୍ରାତଃ ଭ୍ରମଣ କାର୍ୟ୍ୟକ୍ରମରେ ଯୋଗଦେବା ସହ ‘ଚାଏ ପେ ଚର୍ଚ୍ଚା’ କାର୍ୟ୍ୟକ୍ରମରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଏହାପରେ ଦିନ ୧୦ ଟାରେ ଏଲଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ଦ୍ଵାରା ଆୟୋଜିତ ନେତ୍ର ଉତ୍ସବ ଏବଂ ପରେ ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଏକ ମେଗା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ କୃତ୍ରିମ ଅଙ୍ଗଦାନ କାର୍ୟ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking