25.1 C
Bhubaneswar
Sunday, September 15, 2024
Homeଦେଶ ବିଦେଶମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଶପଥ ଗ୍ରହଣ ଉତ୍ସବ: ହଳଦିଆ ପଗଡ଼ିରେ ଆଚ୍ଛାଦିତ ହେଲା ଖଟ୍ଟର୍‌କଲାନ୍‌

ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଶପଥ ଗ୍ରହଣ ଉତ୍ସବ: ହଳଦିଆ ପଗଡ଼ିରେ ଆଚ୍ଛାଦିତ ହେଲା ଖଟ୍ଟର୍‌କଲାନ୍‌

ଚଣ୍ଡିଗଡ଼: ପଞ୍ଜାବରେ ସ୍ଥିତ ସହିଦ ଭଗବତ ସିଂଙ୍କ ଗ୍ରାମ ଖଟର୍ କଲାନ୍‌ରେ ଅଉ କିଛି ସମୟପରେ ଶପଥ ଗ୍ରହ ଉତ୍ସବ ପାଳନ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆମ୍ ଆଦମୀ ପାର୍ଟି ନେତା ଭାଗବତ ମାନ । ସମାରୋହରେ ସ୍ୱାଧୀନତା ସଂଗ୍ରାମୀ ଭାଗବତ ସିଂଙ୍କ ଗାଁ ଆଜି ସକାଳେ ହଳଦିଆ ରଙ୍ଗରେ ପରିପୂର୍ଣ୍ଣ ଥିଲା। ହଳଦିଆ ରଙ୍ଗର ପଗଡି, ବ୍ୟଙ୍ଗ-ରାଜନେତା ଭଗବନ୍ତ ମନଙ୍କର ଟ୍ରେଡ୍ ମାର୍କ । ତାଙ୍କ ଶପଥକୁ ହଳଦିଆ  ପଗଡି ଏବଂ ମହିଳାମାନଙ୍କୁ ହଳଦିଆ ରଙ୍ଗର ଓଢ଼ଣି ପିନ୍ଧିବାକୁ ଲୋକଙ୍କୁ ଆହ୍ୱାନ ଦେଇଥିଲେ । ତେବେ ଭାଗବତ ସିଂ ହଳଦି ରଙ୍ଗର ପଗଡ଼ି ପିନ୍ଧୁଥିଲେ, ଯାହା ବିପ୍ଳବର ପ୍ରତୀକ ଥିଲା । ଏହାକୁ ଭିତ୍ତି କରି ସମାରୋହରେ ସେ ସମସ୍ତଙ୍କୁ ହଳଦି ରଙ୍ଗର ପଗଡ଼ି ଏବଂ ମହିଳାମାନଙ୍କୁ ଓଢଣି ପକାଇ ଆସିବାକୁ ଆହ୍ୱାନ ଦେଇଥିଲେ ।
ପଞ୍ଜାବବାସୀଙ୍କୁ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରି ଭାଗବତ ମନ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ହଳଦୀ ରଙ୍‌ଙ୍ଗରେ ଆମେ ଖଟର କଲନକୁ ରଙ୍ଗଇ ଦେବୁ। ତେବେ ଶ୍ରୀ ମାନ, ୧୯୭୦ ଦଶକରୁ ରାଜ୍ୟର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ। ଶ୍ରୀ ମାନଙ୍କର ଶପଥ ଗ୍ରହଣ ସମାରୋହରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପସ୍ଥିତ ରହିବେ ଯାହାକୁ ସେ ତାଙ୍କ ସାନଭାଇ ବୋଲି କହିଛନ୍ତି।
୧୧୭ ସିଟ୍ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ୯୨ ଟି ସିଟ୍ ଜିତିବା ସହ ବର୍ତ୍ତମାନର କଂଗ୍ରେସକୁ ଧୂଳିସାତ୍ କରି ପଞ୍ଜାବରେ ଏକ ବୃହତ ବିଜୟ ହାସଲ କରିଛି ଆପ୍ । ସାଙ୍ଗୁର ଜିଲ୍ଲାର ଧୁରୀ ବିଧାନସଭା ନିର୍ବାଚନରେ ​​ଶ୍ରୀ ମନ ପ୍ରାୟ ୬୦,୦୦୦ ଭୋଟରେ ଜିତିଥିଲେ। ମାର୍ଚ୍ଚ ୧୬ ରେ ଭାଗବତ ସିଂଙ୍କ ଖଟକର କାଲାନରେ କେବଳ ଭାଗବତ ମନ ଶପଥ ଗ୍ରହଣ କରିବେ ନାହିଁ ତାଙ୍କ ସହ ପଞ୍ଜାବର ତିନି କୋଟି ଲୋକ ମଧ୍ୟ ସାମିଲ ହେବେ। ମିଳିତ ଭାବେ ଆମେ ସହିଦ ଭାଗବତ ସିଂଙ୍କ ଗାଁକୁ ରଙ୍ଗଇ ଦେବୁ ବୋଲି କହିଛନ୍‌ନ୍ତି ।
ସୂଚନା ଯେ ଗତକାଲି ଶ୍ରୀ ମନ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ପଞ୍ଜାବ ଶାସନର ନୂତନ ଭୂମିକାକୁ ନେଇ ସେ ଆତ୍ମବିଶ୍ୱାସୀ। ଆମେ ଜାଣୁ ପ୍ରଶାସନ କିପରି ଚାଲିବ। ମୁଁ ସାତ ବର୍ଷ ଧରି (ଲୋକସଭା) ର ସଦସ୍ୟ ରହିଆସିଛି। ଲୋକମାନେ ଦିଲ୍ଲୀରେ ଆମ ସରକାରକୁ ପୁନଃ ନିର୍ବାଚିତ କରିଛନ୍ତି ଏବଂ ଆମର ଅଭିଜ୍ଞତା ଭିତ୍‌ତ୍ତିରେ ସରକାର କିଭଳି ଚାଲିବ ସେ ଦିଗରେ ଆମେ ପଦକ୍ଷେପ ଗ୍ରହଣ କରିବୁ । ବହୁ ଭେଟେରାନ ରାଜନେତା ନିର୍ବାଚନରେ ​​ହାରିଛନ୍ତି ଏବଂ ନୂତନ ଲୋକ ଜିତିଛନ୍ତି। ମୁଁ ନିଶ୍ଚିତ ଯେ ରାଜ୍ୟରେ ନୂତନ ଚିନ୍ତାଧାରା ଆସିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking