ଭୁବନେଶ୍ବର : ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ । ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଛି। ଏସବୁ ଭିତରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଓଡ଼ିଶା ରାଜନୀତି। ଭିଡିଓ ମାଧ୍ୟମରେ ଯୋଡ଼ି ଶଙ୍ଖରେ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ମଥଙ୍କୁ ଭୋଟ ଦେବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ମଥ ରାଉତ ରାୟ ଜଣେ ସଫଳ ପାଇଲଟ୍ ଥିଲେ । ଆଜି ରାଜଧାନୀବାସୀଙ୍କ ସେବା କରିବା ପାଇଁ ଭୁବନେଶ୍ୱର ମାଟିକୁ ଫେରିଆସିଛନ୍ତି । ଏବେ ରାଜନୀତିରେ ଯୁବପୀଢୀଙ୍କ ଯୋଗଦାନ ବହୁତ ବେଶୀ ରହିଛି। ମନ୍ମଥ ଏହି ଯୁବପୀଢୀଙ୍କ ପାଇଁ ପ୍ରେରଣା ସାଜିଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ସୁପ୍ରୀମୋ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ବିଜେପି ସାଂସଦ ଭୁବନେଶ୍ୱର ପାଇଁ କିଛି କରିନାହାନ୍ତି । ଏପରି କି ଏକାମ୍ର ଓ ଲିଙ୍ଗରାଜ ମନ୍ଦିରର ଋୂପାନ୍ତର କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ଆଜିର ଯୁଗରେ ରାଜନୀତିରେ ଯୁବ ପିଢ଼ି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଯୁବପିଢ଼ି ସବୁ ବର୍ଗର ଲୋକଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ମନ୍ମଥ ରାଜନୀତିକୁ ଫେରି ଯୁବ ପିଢ଼ିଙ୍କୁ ପ୍ରେରିତ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।