28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକିଲେ ଚିକେନ୍ ବିକ୍ରି ହେଉଛି ୫୦୦ରେ

କିଲେ ଚିକେନ୍ ବିକ୍ରି ହେଉଛି ୫୦୦ରେ

ଗୌହାଟୀ : ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟୁଛି । ଆସାମରେ ମଧ୍ୟ ଏହାକୁ ତୀବ୍ର ବିରୋଧ କରାଯାଉଥିବାର ଦେଖିବାକୁ ମିଳୁଛି । ବିରୋଧ ବେଳେ ବ୍ୟାପକ ହିଂସାକାଣ୍ଡ ମଧ୍ୟ ଘଟୁଛି । ହିଂସାକାଣ୍ଡ ପରେ କର୍ଫ୍ୟୁ ମଧ୍ୟ ଜାରି କରାଯାଇଥିଲା । ଏହା ଫଳରେ ସାଧାରଣ ଜୀବନଯାତ୍ରା ଘୋର ପ୍ରଭାବିତ ହୋଇଛି । ଗୌହାଟୀରେ ଲୋକମାନେ ଉତ୍କଟ ଖାଦ୍ୟ ସମସ୍ୟା ମଧ୍ୟଦେଇ ଗତିକରୁଥିବା ଦେଖିବାକୁ ମିଳୁଛି । ଯାହା ଖାଦ୍ୟ ମିଳୁଛି ତାହା ଅତ୍ୟଧିକ ମୂଲ୍ୟରେ ବିକ୍ରି କରାଯାଉଛି । ଏମିତିକି ଏଟିଏମ ମେସିନ ଟଙ୍କା ଶୂନ୍ୟ ହୋଇଯାଇଥିବା ବେଳେ କାର୍ଡ ସ୍ବାଇପ୍ ମେସିନ ଅକାମୀ ହୋଇଯାଇଛି ।ସେହିପରି ତେଲ ଟାଙ୍କି ଗୁଡିକରେ ମଧ୍ୟ ତେଲର ଅଭାବ ଦେଖାଦେଇଛି । ତୈଳ ଯୋଗାଣରେ ସମସ୍ୟା, ଟଙ୍କାର ସମସ୍ୟା ଏବଂ ଇଣ୍ଟରନେଟ୍ ସମସ୍ୟା ଥିବାରୁ ଟଙ୍କା ଟାଙ୍କିରେ ତେଲର ଅଭାବ ଦେଖାଦେଇଛି ।
୭ଘଣ୍ଟା କର୍ଫ୍ୟୁ କୋହଳ ସମୟରେ ବଜାରରେ ଭିଡ ଦେଖିବାକୁ ମିଳିଥିଲା । ଶନିବାର ସକାଳୁ ମାର୍କେଟ୍ ଖୋଲିବା ପରେ ପିଆଜ ଦର କେଜି ପ୍ରତି ୨୫୦ ଟଙ୍କା, ଆଳୁ ଦର କେଜି ପ୍ରତି ୬୦ ଟଙ୍କା ରହିଥିଲା । ଚିକେନ୍ ଦର କେଜି ପ୍ରତି ୫୦୦ ଟଙ୍କା । ମାଛ କେଜି ପ୍ରତି ୪୨୦ ଟଙ୍କା ରହିଛି । ପାଳଙ୍ଗ ସାଗ ବିଡା ପ୍ରତି ୧୦ଟଙ୍କା ବିକ୍ରି ହେଉଥିବା ବେଳେ ଏବେ ୬୦ଟଙ୍କାରେ ବିକ୍ରି କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking