39.1 C
Bhubaneswar
Sunday, June 21, 2026
Homeଦେଶ ବିଦେଶଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚର୍ଜସିଟ୍‌ ଦାଖଲ

ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ : ସିବିଆଇ ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ରାଉସ୍ ଆଭେନ୍ୟୁ କୋର୍ଟରେ ଦାଖଲ ହୋଇଥିବା ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଏକ ଚର୍ଜସିଟ୍‌ ଦାଖଲ କରିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବ୍ୟାପକ ଯାଞ୍ଚ ପରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି; ଯେଉଁଥିରେ ବହୁ ଆର୍ଥିକ ହେର୍‌ଫେର୍‌ ହୋଇଥିବା କୁହାଯାଉଛି। ଏହାପୂର୍ବରୁ ଚଳିତ ବର୍ଷ ମେ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ମଦ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍‌) ମୁଖ୍ୟଙ୍କ ବିରୋଧରେ ୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମଦ ନୀତି ମାମଲାରେ ଜଣେ ପ୍ରାଥମିକ ଷଡଯନ୍ତ୍ରକାରୀ ବୋଲି ଅଭିଯୋଗ କରିଛି। ଏଜେନ୍ସି କହିଛି ଯେ ଆପ୍‌ ପୂର୍ବତନ ମିଡିଆ ଦାୟିତ୍ବରେ ଥିବା ତଥା କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବିଜୟ ନାୟାର ଅନେକ ମଦ ଉତ୍ପାଦକ ଏବଂ ବ୍ୟବସାୟୀଙ୍କ ସହ ଯୋଗାଯୋଗରେ ଥିଲେ।ମଦ ଦୁର୍ନୀତିର ଷଡଯନ୍ତ୍ରର ଏକ ଅଂଶ ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀର ସମସ୍ତ ସରକାରୀ ନିଷ୍ପତ୍ତି କେବଳ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଆଯାଇଛି ବୋଲି କୋର୍ଟରେ ଶୁଣାଣି ପୂର୍ବରୁ ସିବିଆଇ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking