29.1 C
Bhubaneswar
Wednesday, May 1, 2024
Homeଓଡିଶାବଦଳିଲେ ଓସିଏ କୋଚ୍

ବଦଳିଲେ ଓସିଏ କୋଚ୍

ଭୁବନେଶ୍ୱର: ପୁଣି ବଦଳିଲେ ଓଡ଼ିଶା ସିନିୟର କ୍ରିକେଟ ଦଳର କୋଚ୍। ମାତ୍ର ଗୋଟିଏ ସିଜିନ ପରେ କୋଚ ପଦବୀ ଛାଡିଲେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦିନେଶ ମୋଙ୍ଗିଆ। ମହାରାଷ୍ଟ୍ରର ସୁରେନ୍ଦ୍ର ଭାବେ ହେଲେ ଓଡିଶା କ୍ରିକେଟ ଦଳର ନୂତନ କୋଚ୍। ୨-୨୪-୨୫ ବର୍ଷ ପାଇଁ ବିସିସିଆଇର ଘରୋଇ ସିଜିନରେ ଓଡିଶା ସିନିୟର କ୍ରିକେଟ ଟିମର ମୁଖ୍ୟ ପ୍ରଶିକ୍ଷକ ଭାବରେ ନଜର ଆସିବେ ସୁରେନ୍ଦ୍ର ଭାବେ ।ପୂର୍ବରୁ ହରିୟାଣା, ପଞ୍ଜାବ ଓ ମହାରାଷ୍ଟ୍ର ଭଳି କ୍ରିକେଟ ଆସୋସିଏଶନର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇ ସାରିଛନ୍ତି ସୁରେନ୍ଦ୍ର । ଦିନେଶ ମୋଙ୍ଗିଆଙ୍କ ଗୋଟିଏ ବର୍ଷ ଚୁକ୍ତି ଭିତ୍ତିକ କାର୍ୟ୍ୟକାଳ ଶେଷ ହେବାପରେ ଓସିଏର କ୍ରିକେଟ ପରାମର୍ଶ କମିଟିର ନିର୍ଦ୍ଦେଶକ୍ରମେ ଭାବେଙ୍କୁ ଓସିଏର ମୁଖ୍ୟ ପ୍ରଶିକ୍ଷକ ଭାବରେ ଓଡିଶା କ୍ରିକେଟ ସଂଘ ପକ୍ଷରୁ ନିଯୁକ୍ତି ଦିଆଯାଇଛି । ଏହି ପଦ ନିମନ୍ତେ ୧୦ରୁ ଊର୍ଦ୍ଧ୍ୱ ଆବେଦନ ଆସିଥିଲା । ସେଗୁଡ଼ିକ ମଧ୍ୟରୁ ବହୁ ବିଚାର ବିମର୍ଶ ପରେ ସୁରେନ୍ଦ୍ର ଭାବେଙ୍କ ଆବଦେନକୁ ଗ୍ରହଣ କରିଛି ଓସିଏ । ଦିନେଶଙ୍କ ପୂର୍ବରୁ ମାଇକେଲ ବେଭାନ, ଭେଙ୍କଟପତି ରାଜୁ, ବଲବିନ୍ଦର ସିଂ ସାନ୍ଧୁ, ସବା କରିମ, ୱାସିମ ଜାଫରଙ୍କ ଭଳି ଅନେକ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ମଧ୍ୟ କୋଚ୍ କରିଥିଲା ଓସିଏ । ହେଲେ ମାତ୍ର କିଛି ଦିନ ରହିବା ପରେ ସେମାନେ ମଧ୍ୟ ହଠାତ କୋଚ୍ ପଦ ଛାଡିଥିଲେ। ଗତବର୍ଷ ଓଡ଼ିଶା କ୍ରିକେଟ ସଂଘର ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନେଇଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆ । ତାଙ୍କ ପୂର୍ବରୁ ୱାସିମ୍ ଜାଫରଙ୍କୁ ଦୁଇ ବର୍ଷ ପାଇଁ ଓଡ଼ିଶା ଦଳର କୋଚ ଭାବେ ଦାୟିତ୍ୱ ଦିଆଯାଇଥିଲା । ହେଲେ ତାଙ୍କୁ ବାଂଲାଦେଶ ଜାତୀୟ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ମିଳିବାରୁ ସେ ଅଧାରୁ ଚାଲିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking