32.1 C
Bhubaneswar
Sunday, April 28, 2024
Homeଓଡିଶାବଦଳିଲା +୩ ନାମଲେଖା ପ୍ରକ୍ରିୟା ତାରିଖ

ବଦଳିଲା +୩ ନାମଲେଖା ପ୍ରକ୍ରିୟା ତାରିଖ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜରେ ଯୁକ୍ତ ୩ରେ ନାମ ଲେଖା ଆବେଦନ ପାଇଁ ଶନିବାର ରାତି ୧୧ଟା ୪୫ ଶେଷ ସମୟ ରହିଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୦୨୨ ଡିଗ୍ରୀ କଲେଜ ପାଇଁ ଶୁକ୍ରବାର ସନ୍ଧ୍ୟା ସୁନ୍ଧା ୨ ଲକ୍ଷ ୪୫ ହଜାର ୯୬୮ ଜଣ ପଞ୍ଜୀକରଣ କରିଛନ୍ତି । ନାମଲେଖା ପ୍ରକ୍ରିୟାରେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ସାମାନ୍ୟ ପରିବର୍ତ୍ତନ କରିଛି ଉଚ୍ଚଶିକ୍ଷା ବିଭାଗ ।

ପ୍ରଥମ ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ରିପୋର୍ଟିଂ ୧୧ ତାରିଖ ପରିବର୍ତ୍ତେ ୧୩ ତାରିଖରୁ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି କରାଯାଇଛି । ରିପୋର୍ଟିଂ ଶେଷ ଦିବସ ୧୫ ତାରିଖ ପରିବର୍ତ୍ତେ ୧୬ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରିଦିଆଯାଇଛି ।

ସେହିପରି ପ୍ରଥମ ପର୍ଯ୍ୟାୟ ନାମଲେଖାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଆସନ୍ତା ୧୩ ତାରିଖରୁ ୧୬ ତାରିଖ ରାତି ୧୧ଟା ୪୫ ସ୍ଲାଇଡ୍‌ ଅପ୍‌ ଅପ୍ସନ୍‌ରେ ଅପଡେଟ୍‌ କରିପାରିବେ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ମାସରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଆସନ୍ତା ୯ ତାରିଖ ଦିନ ୧୧ଟା ୪୫ରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ସେହିପରି ୨୧ରେ ଦ୍ୱିତୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking