ଅମରାବତୀ : ବିବାଦୀୟ ମନ୍ତବ୍ୟ ଦେବା ଚନ୍ଦ୍ରବାବୁ ନାଇଡୁଙ୍କୁ ପଡିଲା ମହଙ୍ଗା। ତାଙ୍କର ବିରୋଧରେ ନୋଟିସ ଜାରି କଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି ନିର୍ବାଚନ କମିଶନର। ମାର୍ଚ୍ଚ ୩୧ରେ ଟିଡିପି ମୁଖ୍ୟ ଏକ ପ୍ରଚାର ରାଲିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀଙ୍କୁ ରାକ୍ଷସ, ଚୋର ଓ ପଶୁ ବୋଲି କହିଥିଲେ। କେବଳ ସେତିକି ନୁହେଁ ଓ୍ୱାଇଆର୍ଏସ କଂଗ୍ରେସ ଦଳକୁ ନେଇ ମଧ୍ୟ ସେ ଅପମାନଜନକ ଟିପ୍ପଣୀ କରିଥିଲେ। ଏହାକୁ ବିରୋଧ କରି ଯୁବଜନ ଶ୍ରମିକା ରାୟଥୁ କଂଗ୍ରେସ ପାର୍ଟିର ରାଜ୍ୟ ମହାସଚିବ ଲେଲା ଅପ୍ପି ରେଡ୍ଡୀ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ଆନ୍ଧ୍ରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ନୋଟିସ ଜାରି କରି ଏହି ମାମଲାରେ ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଜବାବ ମାଗିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏଭଳି କରି ସେ ନିର୍ବାଚନ ଆଚର ବିଧି ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ଚନ୍ଦ୍ରବାବୁ ନାଇଡୁଙ୍କୁ ୪୮ ଘଣ୍ଟା ମଧ୍ୟର ଏହାର ସ୍ପଷ୍ଟୀକରଣ ଦେବାକୁ ପଡିବ ବୋଲି ନୋଟିସରେ କୁହାଯାଇଛି।