28.1 C
Bhubaneswar
Monday, July 14, 2025
Homeଦେଶ ବିଦେଶଚଣ୍ଡୀଗଡ ୟୁନିଭର୍ସିଟିରେ ଉତ୍ତେଜନା: ଭାଇରଲ ହେଲା ୬୦ ଛାତ୍ରୀଙ୍କ ଗାଧୋଇବା ବେଳର ଭିଡିଓ, ଛାତ୍ର ଗିରଫ

ଚଣ୍ଡୀଗଡ ୟୁନିଭର୍ସିଟିରେ ଉତ୍ତେଜନା: ଭାଇରଲ ହେଲା ୬୦ ଛାତ୍ରୀଙ୍କ ଗାଧୋଇବା ବେଳର ଭିଡିଓ, ଛାତ୍ର ଗିରଫ

ମୋହାଲି : ପଞ୍ଜାବର ଚଣ୍ଡିଗଡ ୟୁନିଭର୍ସିଟିରେ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ୟୁନିଭର୍ସିଟି ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ଛାତ୍ରୀଙ୍କ MMS ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣାକୁ ନେଇ ୮ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ଅବସ୍ଥା ଅତି ଗୁରୁତର ଥିବା ଜଣାପଡିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ ଚଣ୍ଡିଗଡ ୟୁନିଭର୍ସିଟି ଛାତ୍ରୀଙ୍କ MMS ଭିଡିଓ ଭାଇରାଲ ପଛରେ ମୂଖ୍ୟ କାର୍ପଟଦାର ହେଉଛି ସେହି ବାଳିକା ହଷ୍ଟେଲର ଜଣେ ଛାତ୍ରୀ । ସୂଚନା ମୁତାବକ, ଅଭିଯୁକ୍ତ ଛାତ୍ରୀ ଜଣକ ଅନେକ ଦିନ ଧରି ଅନ୍ୟ ଛାତ୍ରୀମାନଙ୍କର ଏମଏମଏସ କରି ସିମଲାରେ ରହୁଥିବା ଜଣେ ଯୁବକ ପାଖକୁ ପଠାଉଥିଲା । ଯୁବକ ଜଣକ ଏହି ଭିଡିଓ ଗୁଡିକୁ ସୋସିଆଲ ମିଡିଆରେ ଅପଲୋଡ କରିଦେଇଥିଲା । ଇଣ୍ଟରନେଟରେ ଛାତ୍ରୀମାନେ ନିଜ ନିଜ ଏମଏମଏସ୍ ଦେଖିବା ପରେ ୟୁନିଭର୍ସିଟିରେ ହଙ୍ଗାମା ସୃଷ୍ଟି ହୋଇଥିଲା ।

ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ସେହି ଛାତ୍ରୀଜଣଙ୍କ ପ୍ରତିଦିନ ହଷ୍ଟେଲରେ ରହୁଥିବା ଅନ୍ୟ ଝିଅମାନଙ୍କର ଗାଧେଇବା ସମୟରେ ଏବଂ ପୋଷାକ ପରିବର୍ତ୍ତନ ସମୟରେ ଚୋରାରେ ଭିଡିଓ କରୁଥିଲା। ଯାହାକୁ ସବୁ ତା’ର ଏକ ଯୁବକ ବନ୍ଧୁ ଯିଏକି ସିମଲାରେ ରହୁଥିଲା ତାହା ନିକଟକୁ ପଠାଉଥିଲା। ହଷ୍ଟେଲର ଛାତ୍ରୀମାନେ ସେହି ଝିଅଟିକୁ ଏପରି କିଛି କରିବାର ନୋଟିସ କରୁଥିଲେ କିନ୍ତୁ ସେ ମନା କରୁଥିଲା,ହେଲେ କାଲି ସେହି ଛାତ୍ରୀଜଣଙ୍କ ଭିଡିଓ କରୁଥିବା ସମୟରେ କିଛି ଛାତ୍ରୀ ତାକୁ ଧରିଥିଲେ।

ଏହାପରେ ଛାତ୍ରୀମାନେ ଏନେଇ ହଷ୍ଟେଲ କତ୍ତୃପକ୍ଷଙ୍କୁ ଜଣାଇଥିଲେ। ଉକ୍ତ ଛାତ୍ରୀଙ୍କ ପଚରାଉଚରା କରାଯାଇଥିଲା। ଏହି ସମୟରେ ଝିଅଟି ସ୍ୱୀକାର କରିଥିଲା ​​ଯେ ସେ ନିଜ ସାଙ୍ଗକୁ ଭିଡିଓ ପଠାଉଥିଲେ। ସେ କେବଳ ନିଜ ବନ୍ଧୁଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟ କରୁଥିଲେ । ତେବେ ଯେତେବେଳେ ଛାତ୍ରୀମାନେ ଜାଣିଲେ ସେମାନଙ୍କ ଏହି ଭିଡିଓ ସବୁ ଇଣ୍ଟରନେଟ୍‌ରେ ଛଡାଯାଇଛି,ତାହା ପରେ ହଙ୍ଗାମା ସୃଷ୍ଟି ହୋଇଥିଲା। ଇଣ୍ଟରନେଟ୍‌ରେ ନିଜ ଭିଡିଓ ଦେଖି ଜଣେ ଛାତ୍ରୀଙ୍କର ହୃଦଘାତ ହୋଇଥିବା ବେଳେ କେତେକ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଛାତ୍ରୀମାନଙ୍କୁ ବିଭିନ୍ନ ଡାକ୍ତରଖାନାକୁ ନିଆଯାଇଛି। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ଘଟଣାକୁ ନେଇ ଛାତ୍ର ସଙ୍ଗଠନ ଜୋରଦାର ପ୍ରଦର୍ଶନ କରିଛି । ହେଲେ ବିଶ୍ୱବିଦ୍ୟାଳୟ ମ୍ୟାନେଜିଙ୍ଗ କମିଟି ଏହାକୁ ଚପାଇ ଦେବାକୁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ଶନିବାର ବିଳମ୍ବିତ ରାତିରେ ଉତ୍ତେଜିତ ଛାତ୍ରମାନେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟକୁ ଘେରି ଯାଇ ‘ୱି ଫର୍ ଜଷ୍ଟିସ୍’ ନାରା ଦେଇଥିଲେ । କୁହାଯାଉଛି ଯେ ଭିଡିଓ ତିଆରି କରିଥିବା ଯୁବତୀଙ୍କୁ ହଷ୍ଟେଲର ଏକ ରୁମରେ ବନ୍ଦ ରଖାଯାଇଛି, ତାଙ୍କ ବିରୋଧରେ ୟୁନିଭର୍ସିଟି କର୍ତ୍ତୃପକ୍ଷ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ହଙ୍ଗାମା ଏତେ ତୀବ୍ର ହୋଇଯାଇଥିଲା ଯେ, ସୁରକ୍ଷାକର୍ମୀ ମୁଖ୍ୟ ଫାଟକ ବନ୍ଦ କରିଥିବାବେଳେ ପୁଲିସ ଫୋର୍ସକୁ ଘଟଣାସ୍ଥଳକୁ ଡକାଯାଇଛି। ପୁଲିସ ବର୍ତ୍ତମାନ ମୂଖ୍ୟ କାର୍ପଟଦାର ସେହି ହଷ୍ଟେଲର ଛାତ୍ରୀଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ସେହି ଝିଅର ପୁରୁଷ ବନ୍ଧୁକୁ ଧରିବା ପାଇଁ ସିମଲା ଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking