29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶଚଣ୍ଡିଗଡ଼ ଏୟାରପୋର୍ଟ ନାମ ବଦଳିଲା

ଚଣ୍ଡିଗଡ଼ ଏୟାରପୋର୍ଟ ନାମ ବଦଳିଲା

ଚଣ୍ଡିଗଡ :ପଞ୍ଜାବ ଓ ହରିୟାଣା ରାଜଧାନୀ ଚଣ୍ଡିଗଡ଼ସ୍ଥିତ ଆନ୍ତର୍ଜାତିକ ବିମାନବନ୍ଦରର ନାମକୁ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ସହିଦ ଭଗତ ସିଂହଙ୍କ ନାମରେ ନାମିତ କରାଯାଇଛି । ଏଣିକି ଏହି ବିମାନବନ୍ଦର ‘ସହିଦ ଭଗତ ସିଂହ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ଭାବେ ପରିଚିତି ଲାଭ କରିବ । ଆୟୋଜିତ ଉତ୍ସବରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟେ ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ, ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, କେନ୍ଦ୍ରମନ୍ତ୍ରୀ ଭି.କେ.ସିଂହ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗ୍ୱନପ୍ତ ସିଂହ ମାନ୍‌, ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ୍ୟ ଚୌତାଲା ଓ ଚଣ୍ଡିଗଡ଼ ମେୟର କିରଣ ଖେର୍ ପ୍ରମୁଖ ଉପସ୍ଥିତ ଥିଲେ । ବୁଧବାର ଏହି ମହାନ ସ୍ୱାଧିନତା ସଂଗ୍ରାମୀର ଜନ୍ମବାର୍ଷିକୀ ପାଳିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking