28.1 C
Bhubaneswar
Friday, July 26, 2024
Homeଓଡିଶାରାଜ୍ୟର ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ରାଜ୍ୟର ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଗୁରୁବାର ରାଜ୍ୟର ୫ଟି ଜିଲ୍ଲାରେ ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଏହା ପରଠାରୁ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୁଧବାର ଗଞ୍ଜାମ ଜିଲ୍ଲାରେ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହୋଇଛି । ବଜ୍ରପାତରେ ଦିଗପହଣ୍ଡିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ତାଙ୍କର ଦୁଇ ପରିବାର ସଦସ୍ୟ ଗୁରୁତର ହୋଇଛନ୍ତି । ଗତ ୨୪ ଘଣ୍ଟାରେ ବରଗଡ଼ରେ ୩୯.୪, ହୀରାକୁଦରେ ୧୮.୮, ସମ୍ବଲପୁରରେ ୧୬.୨ ଓ ରାଉରକେଲାରେ ୧୪.୧ମିମି ବର୍ଷା ହୋଇଛି । ଉପକୂଳ ଓଡ଼ିଶାରେ ଗୁରୁବାରଠାରୁ ଦିନ ତାପମାତ୍ରା ବଢ଼ିପାରେ । ମାର୍ଚ୍ଚ ୩ ତାରିଖରେ ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ପାର୍‌ କରିବ । ୪ ଓ ୫ରେ ପାଗ ସାମାନ୍ୟ ମେଘୁଆ ରହିପାରେ । ୫ ତାରିଖ ସୁଦ୍ଧା ଦିନ ତାପମାତ୍ରା ୩ ଡିଗ୍ରୀ ଯାଏ ବଢ଼ିବ ବୋଲି ସେ ଆକଳନ କରିଛନ୍ତି । ଉପକୂଳରେ ଆସନ୍ତା ୩ଦିନ ଯାଏ ସକାଳୁ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ସେହିଭଳି ଦକ୍ଷିଣ ଆଭ୍ୟନ୍ତରରେ ଦିନ ତାପମାତ୍ରା କ୍ରମଶଃ ବଢ଼ିବ । ୩ ଓ ୪ରେ ମେଘୁଆ ପାଗ ଯୋଗୁ ତାପମାତ୍ରା କମିବ । ଉତ୍ତର ଆଭ୍ୟନ୍ତରରେ ବି ୩ ସୁଦ୍ଧା ଦିନ ତାପମାତ୍ରା ୩ ଡିଗ୍ରୀ ବଢ଼ିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking