ଭୁବନେଶ୍ୱର : ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ଥିବାବେଳେ ଓଡ଼ିଶାରେ କିଛି ଦିନ ହେଲା ଜାରି ରହିଥିବା ତାପମାତ୍ରାରେ ସାମାନ୍ୟ ହ୍ରାସ ହେବ। ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟର ୮ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହି ଜିଲ୍ଲାଗୁଡ଼ିକ ହେଲା କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର ଓ ଭଦ୍ରକ ଜିଲ୍ଲା। ଗୁରୁଚାପ ବଳୟ ଓ ପଶ୍ଚିମା ଝଡ଼ ଯୋଗୁ ପାଣିପାଗରେ ପରିବର୍ତ୍ତନ ହୋଇଥିବା ବେଳେ ଖରାରୁ ସାମାନ୍ୟ ଆଶ୍ବସ୍ତି ମିଳିବ।