29.4 C
Bhubaneswar
Wednesday, April 17, 2024
Homeଅପରାଧମାରଣାସ୍ତ୍ର ଦେଖାଇ ସୁନାଗହଣା ଲୁଟିନେଲେ ଦୁର୍ବୁତ୍ତ

ମାରଣାସ୍ତ୍ର ଦେଖାଇ ସୁନାଗହଣା ଲୁଟିନେଲେ ଦୁର୍ବୁତ୍ତ

ପୁରୀ : ଗତ ରାତିରେ ପୁରୀର ରେଡ଼କ୍ରସ ରୋଡ଼ ନିକଟରେ ଥିବା ୱାନ ଗ୍ରାମ ଗୋଲଡ ଏସ.ଆର ଜୁଏଲାରୀରେ ଘଟିଛି ଘଟିଛି ଅଭାବନୀୟ ଘଟଣା।ଗୁଳି ଫୁଟାଇ ଜୁଏଲାରୀରୁ ଦୁର୍ବୁତ୍ତ ଲୁଟିନେଲେ ଟଙ୍କା ସହ ସୁନା ଅଳଙ୍କାର । ଏଥିସହ ଦୁର୍ବୁତ୍ତମାନେ ଜୁଏଲାରୀ ମାଲିକ ଏବଂ ତାଙ୍କ ପୁଅଙ୍କ ଉପରକୁ ଗୁଳି ଚଳାଇବା ସହ ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିବା ଜଣାଯାଇଛି। ତେବେ ସୂଚନା ଅନୁଯାୟୀ, ୪ରୁ ଅଧିକ ଦୁର୍ବୁତ୍ତ ପଶି ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ସେମାନେ ବନ୍ଧୁକ ଏବଂ ବିଭିନ୍ନ ମରଣାସ୍ତ୍ର ଧରି ଦୋକାନରେ ପଶିଥିଲେ। ଏହାଦେଖି ଦୋକାନ ମାଲିକ ଏବଂ ତାଙ୍କ ପୁଅ ସେମାନଙ୍କୁ ବିରୋଧ କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। କେବଳ ସେତିକି ନୁହେଁ, ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଦୁର୍ବୁତ୍ତଙ୍କ ଆକ୍ରମଣରେ ଜୁଏଲାରୀ ମାଲିକ ଏବଂ ତାଙ୍କ ପୁଅ ଆହତ ହୋଇଛନ୍ତି।। ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଧରାଯିବ ବୋଲି କହିଛି କୁମ୍ଭାରପଡ଼ା ପୁଲିସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking