27.1 C
Bhubaneswar
Saturday, May 2, 2026
Homeଖେଳଚାମ୍ପିଅନ୍ସ ଟ୍ରଫି ୨୦୨୫; ବିସିସିଆଇକୁ ପାକିସ୍ତାନର ପ୍ରସ୍ତାବ

ଚାମ୍ପିଅନ୍ସ ଟ୍ରଫି ୨୦୨୫; ବିସିସିଆଇକୁ ପାକିସ୍ତାନର ପ୍ରସ୍ତାବ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଚାମ୍ପିଅନ୍ସ ଲିଗ୍ ୨୦୨୫କୁ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)କୁ ଏକ ପ୍ରସ୍ତାବ ଦେଇଛି। କ୍ରିକ୍‌ବଜ୍ ଅନୁସାରେ ପିସିବି କହିଛି ଟିମ୍ ଇଣ୍ଡିଆ ନିଜର ପ୍ରତ୍ୟେକ ମ୍ୟାଚ୍ ଖେଳି ଭାରତ ଫେରିପାରେ ଏବଂ ଏଥିରେ ପାକିସ୍ତାନ ବୋର୍ଡ ସହାୟତା କରିବ। ରିପୋର୍ଟରେ କୁହାଯାଇଛି ଯେ ପିସିବି ନିଜଟରେ ଏ ନେଇ ବିସିସିଆଇକୁ ପତ୍ର ଲେଖିଛି। ଏଥିରେ କୁହାଯାଇଛି, ଯଦି ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଟିମ୍ ପାକିସ୍ତାନରେ ରହିବାକୁ ଚାହୁଁ ନାହିଁ, ତେବେ ପ୍ରତ୍ୟେକ ମ୍ୟାଚ୍ ପରେ ଟିମ୍ ଚଣ୍ଡିଗଡ଼ କିମ୍ବା ନୂଆଦିଲ୍ଲୀ ଫେରିବାକୁ ଚାହୁଁଛି ବୋର୍ଡ ଏଥିରେ ସହାୟତା କରିବ। ପିସିବିର ଜଣେ ଅଧିକାରୀ ଏହି ପ୍ରସ୍ତାବ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଟୁର୍ଣ୍ଣାମେଣ୍ଟ୍ ଭାରତର ଅନ୍ତିମ ଦୁଇଟି ମ୍ୟାଚ୍ ମଧ୍ୟରେ ଏକ ସପ୍ତାହର ବ୍ୟବଧାନ ଏହି ପ୍ରସ୍ତାବ ଦେବାର କାରଣ।

ରିପୋର୍ଟ ଅନୁସାରେ ନିକଟରେ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ପାକିସ୍ତାନ ଗସ୍ତ ଅବସରରେ ଭାରତୀୟ ଟିମ୍‌ର ପାକିସ୍ତାନ ଗସ୍ତ ଉପରେ ଚର୍ଚ୍ଚା ହୋଇଥିଲା। ଜୟଶଙ୍କର ଓ ପାକିସ୍ତାନ ବିଦେଶ ମନ୍ତ୍ରୀ ଈଶାକ୍ ଡାର୍‌ଙ୍କ ମଧ୍ୟରେ ବହୁଥର ହୋଇଥିବା ଆଲୋଚନା ମଧ୍ୟରେ ଏହି ପ୍ରସଙ୍ଗ ଉଠାଯାଇଥିଲା। ଜୟଶଙ୍କର ଏହି ଯାତ୍ରା ପରେ ପାକିସ୍ତାନର ଆଶା ଉଦ୍ରେକ ହୋଇଛି। ତେବେ ଏହା ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ଆଧିକାରିକ ବୟାନ ଜାରୀ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking