28.1 C
Bhubaneswar
Tuesday, June 10, 2025
Homeଦେଶ ବିଦେଶସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍ ଜାରିକଲା କେନ୍ଦ୍ର

ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍ ଜାରିକଲା କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍ ଜାରିକଲା କେନ୍ଦ୍ର। ସାରା ଦେଶରେ କୋଭିଡ୍ ମହାମାରୀ ବୃଦ୍ଧି ପାଉଥିବାରୁ ସ୍ୱାଧୀନତା ଦିବସ ପାଳନ ସମୟରେ ବଡ଼ ସମାବେଶରୁ ଦୂରେଇ ରହିବାକୁ କେନ୍ଦ୍ର ସମସ୍ତ ରାଜ୍ୟକୁ କହିଛି। ଏଥିସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତକୁ ପରିଷ୍କାର କରିବା ପାଇଁ ମଧ୍ୟ କେନ୍ଦ୍ର ଅନୁରୋଧ କରିଛି। ଚଳିତ ସପ୍ତାହରେ ଦିଲ୍ଲୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି।ନିୟମ ଉଲଂଘନ କଲେ ୫୦୦ ଟଙ୍କା ଜରିମାନା ଦେବାକୁ ହେବ। ଆଜି ଦେଶରେ ୧୬ ହଜାରରୁ ଅଧିକ କୋଭିଡତ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୫୬୧ଟି କୋଭିଡ୍ ଭାଇରସ ଚିହ୍ନଟ ହୋଇଛି। ଏଥିସହ ୪୯ ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୬,୫୬୧ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୨,୨୩,୫୫୮ରେ ପହଞ୍ଚିଛି। ସେହିପରି ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୬,୯୨୮ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking