28.1 C
Bhubaneswar
Monday, September 25, 2023
Homeଓଡିଶାରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୧୭ଟି ପ୍ରସ୍ତାବକୁ ମଞ୍ଜୁରି

ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୧୭ଟି ପ୍ରସ୍ତାବକୁ ମଞ୍ଜୁରି

ଭୁବନେଶ୍ୱର: ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୪୫ରେ ବସିଥିଲା ଏହି କ୍ୟାବିନେଟ୍ ବୈଠକ। ମିଳିଥିବା ସୂଚନା ମୁତାବକ, ବୈଠକରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଜେଏମ୍ଏମ୍ ଯୋଜନାରେ ଢେଙ୍କାନାଳର ୩ଟି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଞ୍ଜୁରୀ ମିଳିଛି। ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ପ୍ରକଳ୍ପକୁ ମଂଞ୍ଜୁରୀ ମିଳିଛି । ୪ବ୍ଲକ୍ ର ୨୭୧ଟି ଗାଁର ଲୋକଙ୍କୁ ଯୋଗାଣ ହେବ ଶୁଦ୍ଧ ପାନୀୟ ଜଳ । ୨୪ ମାସରେ ସରିବ କାମ । ଖର୍ଚ୍ଚ ହେବ ୫୦୧ କୋଟି ୮୫ ଲକ୍ଷ ଟଙ୍କା । ବାଲେଶ୍ୱରର ୨ଟି ପ୍ରକଳ୍ପ ହେବ, ଖର୍ଚ୍ଚ ହେବ ୨୯୧ କୋଟି ୬୨ ଲକ୍ଷ ।

କେନ୍ଦ୍ରାପଡ଼ାର ୩ଟି ବ୍ଲକ୍ ରେ  ହେବ ପ୍ରକଳ୍ପ । ଖର୍ଚ୍ଚ ହେବ ୪୧୬ କୋଟି ୫୭ ଲକ୍ଷ । ଏଥି ସହିତ କ୍ୟାବିନେଟ୍‌ ବୈଠକରେ ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ବୈଠକରେ ମଞ୍ଜୁରୀ ମିଳିଛି। ସଂପ୍ରସାରିତ ହେବ ମିଲେଟ ମିଶନ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ ମିଶନର ବିକାଶ ହେବ। ସେହିପରି କ୍ୟାବିନେଟ୍ ବୈଠକରେ ଏକାଧିକ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼, ପଟ୍ଟାମୁଣ୍ଡାଇ, ରାଜନଗର, ଗରଦପୁର, ବାଲେଶ୍ୱର, ରେମୁଣାରେ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଓଏମସି ସହ କଳିଙ୍ଗ ଆଇରନ ଓ୍ୱାର୍କ୍ସ ଓ ଫେରୋକ୍ରମର ମିଶ୍ରଣକୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking