28.1 C
Bhubaneswar
Friday, March 29, 2024
Homeଓଡିଶାକେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ବୋରିଗୁମ୍ମା ବ୍ଲକ ଗସ୍ତ

କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ବୋରିଗୁମ୍ମା ବ୍ଲକ ଗସ୍ତ

କୋରପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ କାମରା ଓ ନୂଆଗାଁ ପଞ୍ଚାୟତରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ବାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରାଯାଇ ଥିଲା ।ପ୍ରଥମେ କାମରା ପଞ୍ଚାୟତ କାର୍ଯ୍ୟାଳୟରେ ମନରେଗା ଯୋଜନାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇ ଥିଲା ।କର୍ମଚାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଠାରୁ ଆରମ୍ଭ କରି ତାଲିମ ତଥା ସରକାରଙ୍କ ବିଭିନ୍ନ ପୋର୍ଟାଲ ଗୁଡିକର କାର୍ଯ୍ୟକାରୀତା ଅନୁଧ୍ୟାନ କରାଯାଇ ଥିଲା ।କାମରା ପଞ୍ଚାୟତର ମେଗା ପ୍ରୋଜେକ୍ଟ, ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକର ସଂପୃକ୍ତି ସମ୍ପର୍କରେ ଅନୁସନ୍ଧାନ କରିଥିଲେ ।କେନ୍ଦ୍ରୀୟ ଅଧିକାରୀ ଚାରିଚକିଆ ଯାନରେ ଆସିଥିଲେ ମଧ୍ୟ ବାଇକରେ ବୁଲି ଆବାସ ଯୋଜନା ତଥା ପାର୍କ୍ ଗୁଡିକ ବୁଲି ସମୀକ୍ଷା କରିଥିଲେ ।ନୂଆଗାଁ ପଞ୍ଚାୟତ ପରିଦର୍ଶନ ସମୟରେ ବିଜେପି ବୋରିଗୁମ୍ମା ମଣ୍ଡଳ ସଭାପତି ଶ୍ରୀ ରାଜ୍ ସିଂ ବୋରିଗୁମା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଶ୍ରୀ ପ୍ରଣୟରଂଜନ ବେହେରାଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାରର ଦୁର୍ନୀତି ଅଭିଯୋଗ କରିଥିଲେ କେନ୍ଦ୍ରୀୟ ଅଧିକାରୀ ଜଣକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ନିର୍ଦ୍ଦେଶ ଅନୁସାରେ ପରିଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଥିବା ବେଳେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଗୋଷ୍ଠି ଉନ୍ନୟନ ଅଧିକାରୀ ଦେବେ ବୋଲି କହିଥିଲେ ।କିନ୍ତୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଣମାଧ୍ୟମ ଆଗରେ କହିବାକୁ ମନା କରିଥିଲେ ।କଦଳୀ ଚାଷ, ଅମୃତଭଣ୍ଡା ଚାଷ ଇତ୍ୟାଦିରେ ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକର ସଂପୃକ୍ତି ଅନୁସନ୍ଧାନ ସମୟରେ ପ୍ରତ୍ୟେକ ପ୍ରକଳ୍ପ ସ୍ଥାନରେ ଏସ୍.ଏଚ.ଜି.ମାନଙ୍କ ନାମ ଉଲ୍ଲେଖ ଥିବା ଡିସପ୍ଲେ ବୋର୍ଡ ସ୍ଥାପନ ପାଇଁ କେନ୍ଦ୍ରୀୟ ଅଧିକାରୀ ନିର୍ଦେଶ କରିଥିବା ବିଷୟ ଉପସ୍ଥିତ ସହାୟକ ଯନ୍ତ୍ରୀ ଗଣମାଧ୍ୟମରେ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking