28.7 C
Bhubaneswar
Friday, April 10, 2026
Homeଦେଶ ବିଦେଶମଙ୍କିପକ୍ସ ନେଇ ସବୁ ରାଜ୍ୟକୁ ମାର୍ଗଦର୍ଶିକା ଜାରି କଲା କେନ୍ଦ୍ର

ମଙ୍କିପକ୍ସ ନେଇ ସବୁ ରାଜ୍ୟକୁ ମାର୍ଗଦର୍ଶିକା ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ : ମଙ୍କିପକ୍ସ ନେଇ ସବୁ ରାଜ୍ୟକୁ ମାର୍ଗଦର୍ଶିକା ଜାରି କଲା କେନ୍ଦ୍ର । ଦେଶରେ ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କ ଚେତା ପଶିଛି। ୧୫ ଦିନ ତଳେ ପଡ଼ୋଶୀ ପାକିସ୍ତାନରେ ଏକାଧିକ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ଭାରତ ସରକାରଙ୍କ ପକ୍ଷରୁ କୌଣସି ଆଗୁଆ ପଦକ୍ଷେପ ନିଆଯାଇ ନ ଥିଲା। ଏବେ ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇବା ସହିତ ମାର୍ଗଦର୍ଶିକା ଜାରି କରିଛି। ମଙ୍କିପକ୍ସ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ଏହା କିପରି ବ୍ୟାପେ ଏବଂ କିପରି ଆଗୁଆ ପ୍ରତିଷେଧକମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ମାର୍ଗଦର୍ଶିକାରେ କୁହାଯାଇଛି। ଲୋକଙ୍କ ମଧ୍ୟରେ ଯେପରି ଭୟର ବାତାବରଣ ସୃଷ୍ଟି ନ ହେବ ସେଥିପ୍ରତି ଧ୍ୟାନ ଦେବାକୁ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନିକଟରେ ଜଣେ ଯୁବକ ଆଫ୍ରିକୀୟ ଦେଶରୁ ଭାରତ ଫେରିଥିଲେ। ସେ ଏଠାକୁ ଆସିବା ପରେ ତାଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଦେଖିବାକୁ ମିଳିଥିଲା। ରବିବାର ସମ୍ପୃକ୍ତ ଯୁବକଙ୍କୁ ଚିହ୍ନଟ କରାଯିବା ସହିତ ଆଇସୋଲେସନରେ ରଖାଯାଇଛି। ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ କରିବାକୁ ପରୀକ୍ଷା କରାଯାଉଛି।

 

 

 

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking