27.1 C
Bhubaneswar
Monday, May 26, 2025
Homeଓଡିଶାଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ

ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି ।ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘ ଦ୍ୱାରା ଆୟୋଜିତ ଏହି ମହୋତ୍ସବ ରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ ସେମାନଙ୍କର ପରିବାର ବର୍ଗ ଓ ବନ୍ଧୁପରିଜନ ଙ୍କ ସହିତ ସାମିଲ ହୋଇଥିବାର ଦେଖା ଯାଇଥିଲା।ଚଳିତ ବର୍ଷ ର ପାର୍ବଣ ରେ ଭାଗ ନେଇ ଥିବା ଦର୍ଶକମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ପରିଲ୍ଲଖିତ କରାଯାଇଥିଲା।ଏହି ଉପଲକ୍ଷେ ବୋଇତ ବନ୍ଦାଣ ର ସ୍ଥଳ ମନ୍ଦିର ପାର୍ଶ୍ୱବର୍ତ୍ତୀ ଫୁଆରା ର ଚାରିପଟ ଏବଂ ସମ୍ପୂର୍ଣ୍ଣ ମନ୍ଦିର ବେଢା କୁ ଖୁବ ସୁନ୍ଦର ଭାବେ ସଜାଯାଇଥିଲା। ସମଗ୍ର ପରିବେଶ ଅତ୍ୟନ୍ତ ଭକ୍ତିପୁତ ଓ ଉତ୍ସବ ମୁଖର ହୋଇପଡିଥିବାର ଲକ୍ଷ କରାଯାଇଥିଲା।

ବଢ଼ି ଭୋରରୁ ପୂଜାରୀମାନେ ମୁଖ୍ୟ ମନ୍ଦିର ମଧ୍ୟରେ ଚାରିଦିଅଁଙ୍କର ସାମନାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଏହାପରେ ଫୁଆରା ର ପୋଖରୀ ରେ ଭାସମାନ ଥିବା ସୁନ୍ଦର ଓ ସୁସଜ୍ଜିତ ବୋଇତ ଟିକୁ ପୁଜା କରାଯାଇଥିଲା। ଉପସ୍ଥିତ ମହିଳା ମାନେ ବୋଇତ ର ବନ୍ଦାପନା କାର୍ଯ୍ୟ ସମ୍ପନ୍ନ କରିଥିଲେ। ପରେ ପରେ ସମାରୋହର ମୁଖ୍ୟ ଆୟୋଜକ ତଥା ମନ୍ଦିରର ସମ୍ପାଦକ ରବିନ୍ଦ୍ର ନାଥ ପ୍ରଧାନଙ୍କର ତତ୍ୱାବଧାନ ରେ ସମ୍ମାନୀତ ଅତିଥିବୃନ୍ଦ ପାରମ୍ପରିକ ଢଙ୍ଗରେ ‘ଆ-କା-ମା-ବୈ’ ଧ୍ୱନୀ ଉଚ୍ଚାରଣ କରିବା ସହିତ ସୁଶୋଭିତ ବୋଇତ ଟିର ଯାତ୍ରାର ଶୁଭାରମ୍ଭ କରାଇଥିଲେ। ସମଗ୍ର ଗଗନ ପବନ ହରିବୋଲ, ହୁଳହୁଳି ଏବଂ ଶଙ୍ଖଧ୍ଵନୀ, ଭଜନ-କୀର୍ତ୍ତନ ର ସୁଲଳିତ ସ୍ୱର ଝଙ୍କାର ତଥା ଘଣ୍ଟ, ଝାଞ୍ଜ ଓ ମୃଦଙ୍ଗ ଆଦି ବାଦ୍ୟ ର ଘୋର ଘର୍ଗର ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା। ଓଡ଼ିଆ ଜାତିର ମାନ,ସମ୍ମାନ ଓ ସ୍ୱାଭିମାନ ର ପ୍ରତୀକ ବୋଇତ ଟି ଫୁଆରା ର ଚତୁପାର୍ଶ୍ୱରେ ପରିଭ୍ରମଣ କରିବାର ଦୃଶ୍ୟ ବେଶ ନିଆରା ଓ ମର୍ମସ୍ପର୍ଶୀ ଥିଲା।

ଅତୀତ ରେ ଓଡ଼ିଶାର ସାଧବ ପୁଅମାନେ ସୁଦୂର ଜାଭା, ସୁମାତ୍ରା ,ବାଲି ଓ ବୋର୍ଣ୍ଣିଓ ଆଦି ଦ୍ବୀପ କୁ ବେପାର ବଣିଜ ପାଇଁ ଯାତ୍ରା କରୁଥିବାର ସାଙ୍କେତିକ ଝଲକ ଏଠାରେ ମିଳିଥିଲା। ସତେଯେପରି ବିଶ୍ୱଭରୀ ଓଡ଼ିଆ ମାନଙ୍କ ର ସୌର୍ଯ୍ୟ, ବୀର୍ଜ୍ୟ ଓ ମାଧୁର୍ୟ୍ଯ ର ଗୌରବ ଗାଥା କୁ ଏହି ସାଧବ ପୁଅ ମାନେ ବଖାଣୁଥିବା ଭଳି ପ୍ରତୀୟମାନ ହେଉଥିଲା।ଓଡ଼ିଶାର ନୌବାଣିଜ୍ୟ ର ସ୍ୱର୍ଣ୍ଣାଭ ଇତିହାସ, ଗୌରବମୟ ପରମ୍ପରା ଏବଂ ମହାନ ସାଂସ୍କୃତିକ ଐତିହ୍ୟର ଅପୂର୍ବ ରୂପାୟନ ଏଠାରେ ଦେଖିବାକୁ ମିଳିଥିଲା। ସମାରୋହର ବିଶେଷ ଆକର୍ଷଣ ଓଡିଶାରୁ ଆସିଥିବା ମୟୂରୀ ଟ୍ରୁପ ର ମନଲୋଭା ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ ଥିଲା। ସମଗ୍ର କାର୍ଯ୍ୟକ୍ରମ କୁ ସ୍ୱର୍ଣ୍ଣ ପ୍ରଭା ପତି ସୁଚାରୁ ରୂପେ ସଂଚାଳନା କରିଥିଲେ।

ଏହି ଅବସରରେ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ତରଫରୁ ସ୍ୱାଦିଷ୍ଟ ହବିଷ ପ୍ରସାଦ ପରଷା ଯାଇଥିଲା।ସମଗ୍ର ବୋଇତ ବନ୍ଦାଣ ଉତ୍ସବ ର ସଫଳତା ପଛରେ ଶ୍ରୀ ନୀଳାଚଳ ସେବାସଙ୍ଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ, ଉପଦେଷ୍ଟା ଅବନୀ ସାହୁ ଏବଂ ସଦସ୍ୟ ବୃନ୍ଦ ଯଥା ବିଘ୍ନେଶ୍ୱର ରାଉତ, ଗଜେନ୍ଦ୍ର ସାମନ୍ତ ,ଅଶୋକ ପ୍ରଧାନ (କ),ପଙ୍କଜ ମହାନ୍ତି, କ୍ଷୀରୋଦ ପାତ୍ର, ଜିତେନ୍ଦ୍ର ମହାପାତ୍ର, ଅଜୟ ପ୍ରଧାନ, ଅଶୋକ ପ୍ରଧାନ(ଖ),ନିଷିଦ୍ଧ କୁମାର ଦାସ,ରଙ୍କନିଧି ସାହୁ,ଅଭୟ ପ୍ରଧାନ,ଦିଲ୍ଲୀପ ସ୍ୱାଇଁ, ଅଭିରାମ ସୁତାର, ସୁରଜ ନାୟକ ଓ ମନ୍ଦିର ପରିଚାଳକ ରଶ୍ମି ରଞ୍ଜନ ବେହେରା ପ୍ରମୁଖଙ୍କ ଭୂମିକା ବେଶ ଉଲ୍ଲେଖଯୋଗ୍ୟ ଥିଲା। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଡ଼ଃ ସରୋଜ କୁମାର ଜେନା, ରଂଜିତା ଜେନା, ରାଘବ ଦାଶ ଓ ଆଇନଜୀବୀ ସନ୍ତୋଷ ରାଉତ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking