28.1 C
Bhubaneswar
Wednesday, September 16, 2026
Homeଅପରାଧଲାଞ୍ଚ ନେଇ ଧରାପଡ଼ିଲେ ସିଡିପିଓ

ଲାଞ୍ଚ ନେଇ ଧରାପଡ଼ିଲେ ସିଡିପିଓ

  ଗଂଜାମ: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କଠାରୁ ୧୨ ହଜାର ଟଙ୍କାର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ଏକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀଙ୍କ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଉକ୍ତ କର୍ମଚାରୀ ଭିଜିଲାନ୍ସକୁ ଜଣାଇଥିଲେ । ଭିଜିଲାନ୍ସର ଯୋଜନା ପ୍ରକାରେ ଆଜି ଉକ୍ତ କର୍ମଚାରୀ ଜଣଙ୍କ ସିଡିପିଓ ସନ୍ଧ୍ୟାରଣୀ ପାଣିଗ୍ରାହୀଙ୍କୁ ତାଙ୍କ ଅଫିସରେ ୧୨ ହଜାର ଟଙ୍କା ଦେଇଥିଲେ। ସିଡିପିଓ ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା। ସିଡିପିଓ ସନ୍ଧ୍ୟାରଣୀ ପାଣିଗ୍ରାହୀ ଲାଞ୍ଚ ନେଇ ଧରାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ତିନିଟି ଠିକଣାରେ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଏହି ଘଟଣାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking