20.1 C
Bhubaneswar
Thursday, January 16, 2025
Homeଦ୍ୱାଦଶ ପରୀକ୍ଷା -୨୦୨୨ସିବିଏସସି ବୋର୍ଡ ପରୀକ୍ଷାକୁ ନେଇ ଜାରି ହେଲା ନୂଆ ଗାଇଡ଼ଲାଇନ

ସିବିଏସସି ବୋର୍ଡ ପରୀକ୍ଷାକୁ ନେଇ ଜାରି ହେଲା ନୂଆ ଗାଇଡ଼ଲାଇନ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା ସିବିଏସସିର ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆସନ୍ତା ଏପ୍ରିଲ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ପରୀକ୍ଷାକୁ ନେଇ ସିବିଏସସି ତରଫରୁ ଗାଇଡ଼ଲାଇନ ଜାରି କରାଯାଇଛି । ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ପରୀକ୍ଷା ହଲରେ ମାତ୍ର ୧୮ ଜଣ ପିଲା ବଶି ପରୀକ୍ଷା ଦେଇପାରିବେ । ଏଥିପାଇଁ ଶହରର ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରସ୍ତୁତି ଆରମ୍ଭ କରାଯିବ । ସିବିଏସ୍ସି ବୋର୍ଡ ପିଲାଙ୍କ ରୋଲ ନମ୍ବର ସ୍ଲିପ ଜାରି କରିବା ସହିତ ବିଭିନ୍ନ ଦିଶା ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି । ଏଗୁଡ଼ିକୁ ସମସ୍ତ କେନ୍ଦ୍ର ପାଳନ କରିବା ଅନିରବାର୍ଜ୍ୟ ରଖାଯାଇଛି । ଚଣ୍ଡୀଗଡ଼ ଠାରେ ପରୀକ୍ଷା ପାଇଁ ୮୦ ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି ।

ଆଉ ଏହି ଠାରେ ୩୬ ହଜାର ପିଲା ପରୀକ୍ଷା ଦେବେ । ଏହି ପିଲାମାନେ ଏବେ ସହରର ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ ପଢୁଛନ୍ତି। କରୋନା ମହାମାରୀ ଦେଶରେ ପାଦ ଦେବା ପରେ ପରୀକ୍ଷା ପ୍ରଣାଳୀରେ କିଛିଟା ପରିବର୍ତ୍ତନ ଅଣାଯାଇଛି । ଏହି ମହାମାରୀ ଜାରି ହେବା ପରେ ପ୍ରଥମ ଥର ପାଇଁ ପରୀକ୍ଷା ଦୁଇ ଟର୍ମରେ ଆୟୋଜିତ କରାଯାଇଛି । ଫାଷ୍ଟ ଟର୍ମ ପରୀକ୍ଷା ୨୦୧୧ ନଭେମ୍ବର- ଡିସେମ୍ବରରେ ଅବଜେକ୍ଟିଭ ଆୟୋଜିତ ହୋଇସାରିଛି । କିନ୍ତୁ ଦ୍ୱିତୀୟ ଟର୍ମର ପରୀକ୍ଷା ସବଜେକ୍ଟିଭ ଭାବରେ ହେବ ।

କରୋନା ସଂକ୍ରମଣ ମହାମାରୀ କାରଣରୁ ପିଲାଙ୍କ ବସିବା ଶୈଳୀରେ କିଛିଟା ପରିବର୍ତ୍ତନ ଅଣାଯାଇଛି । ପୂର୍ବରୁ ଗୋଟିଏ ହଲରେ ୨୪ ଜଣ ପିଲା ବସି ପରୀକ୍ଷା ଦେଉଥିବା ବେଳେ ଏବେ ୧୮ ଜଣ ପିଲାଙ୍କୁ ନେଇ ଆୟୋଜନ କରାଯିବ । ଗୋଟିଏ କେନ୍ଦ୍ରରେ ପାଞ୍ଚରୁ ସାତଟି ରୁମ ରହିବ । ପୂର୍ବରୁ ପରୀକ୍ଷା କରିବା ପାଇଁ ବଡ ବଡ ହଲ ପ୍ରସ୍ତୁତ କରାଯାଉଥିବା ବେଳେ ସେଥିରେ ୭୨ ରୁ ୧୦୦ ଜଣ ପିଲା ବସି ପରୀକ୍ଷା ଦେଉଥିଲେ । କିନ୍ତୁ ଏଥର କ୍ଲାସ ରୁମରେ ହିଁ ସେଣ୍ଟର ପ୍ରସ୍ତୁତ କରାଯାଇ ପରୀକ୍ଷା ଆୟୋଜନ କରାଯିବ । ଆଉ ଏହା ସହ କଡାକଡ଼ି ଭାବେ କରୋନା ନିୟମ ମାନ ପାଳନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking