23.1 C
Bhubaneswar
Thursday, January 9, 2025
Homeବ୍ରେକୀଙ୍ଗସିବିଏସଇ ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀରେ ପରିବର୍ତନ

ସିବିଏସଇ ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀରେ ପରିବର୍ତନ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଶୁକ୍ରବାର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ତାରିଖ ପ୍ରକାଶ କରିଛି । ସିବିଏସ୍ଇ ୪ ମେ ରୁ ୧୪ ଜୁନ ପର୍ଯ୍ୟନ୍ତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରିବ ।  ପୂର୍ବରୁ ଉଭୟ ଶ୍ରେଣୀର ବୋର୍ଡ ପରୀକ୍ଷା ମେ ପହିଲାରୁ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ୩ଦିନ ଘୁଞ୍ଚାଇ ଦିଆଯାଇଛି। ନୂଆ କାର୍ଯ୍ୟସୂଚୀ ଅନୁସାରେ ଉଭୟ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ଆରମ୍ଭ ହେବ। ଏନେଇ ସିବିଏସ୍‌ଇ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଦଶମ ଶ୍ରେଣୀ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ୍ ୭ରେ ସରିବ। ସେହିପରି ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ଏବଂ ଜୁନ୍ ୧୪ରେ ଶେଷ ହେବ। ନୂଆ ତାଲିକା ଅନୁସାରେ, ଏବେ ପରୀକ୍ଷା ୪ ମେ ରୁ ୧୪ ଜୁନ ୨୦୨୧ ମଧ୍ୟରେ ଅନୁଷ୍ଠିତ ହେବ । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଭୌତିକ ଓ ଆପ୍ଲାଏଡ ଭୌତିକ ପରୀକ୍ଷା ପାଇଁ ତାରିଖ ୧୩ ମେରୁ ୮ ଜୁନ ପର୍ଯ୍ୟନ୍ତ ସଂଶୋଧିତ କରାଯାଇଛି । ଏହିଭଳି ଭୂଗୋଳ ପରୀକ୍ଷା ଏବେ ୩ ଜୁନରେ ହେବ । ଯାହା ପୂର୍ବରୁ ୨ ଜୁନରେ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା । ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୧୩,୧୪ ମେ ରେ କୌଣସି ପରୀକ୍ଷା ହେବ ନାହିଁ ।
ଦଶମ ବୋର୍ଡ ପରୀକ୍ଷାର ସଂଶୋଧିତ ଡେଟ ସିଟ ଅନୁସାରେ, ଗଣିତ ପରୀକ୍ଷା ୨୧ ମେ ରୁ ୨ ଜୁନ ପର୍ଯ୍ୟନ୍ତ ସ୍ଥାନାନ୍ତରିତ କରାଯାଇଛି । ସଂସ୍କୃତ, ଫ୍ରେଂଚ, ଅରବୀ, ମାଲାୟାଲାମ, ଜର୍ମାନ, ଋଷୀ, ପଂଜାବୀ ଓ ଉର୍ଦ୍ଦୁ ଭଳି ଭାଷା ପରୀକ୍ଷା ପୁଣି ଥରେ କରାଯିବ । ଦଶମ ବୋର୍ଡ ପରୀକ୍ଷା ୭ ଜୁନ ପର୍ଯ୍ୟନ୍ତ ଜାରି ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking